ସ୍କୁଲ ରୋଷେଇ ଘରର ଛାତ ଗଳିପଡିଲା, ମଧ୍ୟାହ୍ନ ଭୋଜନ ବନ୍ଦ
ଭଦ୍ରକ, ୧୧ ଅପ୍ରେଲ (ହି.ସ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ତେନ୍ତୁଳିଢିଅ ଆମ୍ବଲ କମଳପୁର ଗ୍ରାମର ଇପି ସ୍କୁଲରେ ରୁଷେଇ ଘରର ଦୟନୀୟ ଅବସ୍ଥା ପ୍ରକାଶ ପାଇଛି। ସ୍କୁଲ ଖୋଲିବା ପରେ ଶିକ୍ଷକ ଦିବାକର ସାହୁ ରୁଷେଇ ଘର ପରିଦର୍ଶନ କରିବା ସମୟରେ ଘରର ଛାତ ଗଳିପଡିଥିବା ଦେଖିଥିଲେ। ଏହା ଫଳରେ ବର୍ତମାନ ସ୍
SCHOOL ROSEI GHARA CHATA GALIPADILA


ଭଦ୍ରକ, ୧୧ ଅପ୍ରେଲ (ହି.ସ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ତେନ୍ତୁଳିଢିଅ ଆମ୍ବଲ କମଳପୁର ଗ୍ରାମର ଇପି ସ୍କୁଲରେ ରୁଷେଇ ଘରର ଦୟନୀୟ ଅବସ୍ଥା ପ୍ରକାଶ ପାଇଛି। ସ୍କୁଲ ଖୋଲିବା ପରେ ଶିକ୍ଷକ ଦିବାକର ସାହୁ ରୁଷେଇ ଘର ପରିଦର୍ଶନ କରିବା ସମୟରେ ଘରର ଛାତ ଗଳିପଡିଥିବା ଦେଖିଥିଲେ। ଏହା ଫଳରେ ବର୍ତମାନ ସ୍କୁଲରେ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ରୁଷେଇ ଘର ଅସୁରକ୍ଷିତ ହୋଇପଡିଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ବ୍ୟକ୍ତ ହେଉଛି। ଗ୍ରାମବାସୀ ଓ ଅଭିଭାବକମାନେ ଏହାକୁ ଗୁରୁତ୍ୱ ସହ ନେଇ ଶୀଘ୍ର ମରାମତି କରିବା ସହ ମଧ୍ୟାହ୍ନ ଭୋଜନ ପୁନରୁଦ୍ଧାର ପାଇଁ ପ୍ରଶାସନଙ୍କୁ ଦାବି କରିଛନ୍ତି। ଏହା ସମ୍ବନ୍ଧରେ ସମ୍ପୃକ୍ତ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଜୋରଦାର ଦାବି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande