
ପୁରୀ, ୧୧ ଅପ୍ରେଲ (ହି.ସ.)- ଜୋରସୋରରେ ଚାଲିଛି ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି କାର୍ଯ୍ୟ । ଆଜି ସରିବ ବାହାର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ । ଗତକାଲି ତୃତୀୟ ଦିନରେ ବାହାର ରତ୍ନଭଣ୍ଡାର ଅଳଙ୍କାରର ପ୍ରାୟ ୯୦ ପ୍ରତିଶତ ଗଣତିମଣତି ସରିଛି । ସମସ୍ତ ଅଳଙ୍କାରର ଥ୍ରୀଡି ମ୍ୟାପିଙ୍ଗ ସହିତ ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯାଇଛି ।
ଆସନ୍ତା ୧୩ ତାରିଖ ସୋମବାର ଠାରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଆରମ୍ଭ କରାଯିବ । ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଥିବାରୁ ଗଣତିମଣତି ବନ୍ଦ ରହିବ । ଏହାପରେ ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ପୁଣି ଗଣତିମଣତି କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ