ଅବକାରୀ ଚଢ଼ାଉ: ୨୫ କେଜି ୯୮୦ ଗ୍ରାମ ଗଂଜେଇ ଜବତ, ୨ ଗିରଫ
Two arrest in ndps act
ଅବକାରୀ ଚଢ଼ାଉ: ୨୫ କେଜି ୯୮୦ ଗ୍ରାମ ଗଂଜେଇ ଜବତ, ୨ ଗିରଫ


ଝାରସୁଗୁଡା, ୧୧ ଏପ୍ରିଲ (ହି.ସ) - ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇ ମୋଟ ତିନୋଟି ମାମଲା ରୁଜୁ କରାଯାଇଛି। ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଦଳ, ଝାରସୁଗୁଡା ଓ କିର୍ମିରା ଅବକାରୀ ଥାନାର ସହଯୋଗରେ ଦୁଇଟି ସ୍ଥାନରେ ଚଢ଼ାଉ ହୋଇଥିଲା।

ଝାରସୁଗୁଡା ରେଳୱେ ଷ୍ଟେସନ ଏବଂ କିର୍ମିରା ଗ୍ରାମରେ କରାଯାଇଥିବା ଏହି ଅଭିଯାନରେ ସମୁଦାୟ ୨୫ କେଜି ୯୮୦ ଗ୍ରାମ ଗଂଜେଇ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା କିର୍କିଛିପାଲି ଗ୍ରାମର ରଘୁନାଥ ନାଗ ଓ କିର୍ମିରା ଗ୍ରାମର ମୁକ୍ତେଶ୍ୱର ବେହେରାଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ, ଅବକାରୀ ବିଭାଗ ଏହିପରି ଅବୈଧ କାରବାର ବିରୋଧରେ ଆଗାମୀ ଦିନରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସୂଚନା ଦେଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande