ସ୍କୁଟି ସହ ୨୦ ଲିଟର ଦେଶି ମଦ ଜବତ, ଅଭିଯୁକ୍ତ ଗିରଫ
ଭୁବନ, ୧୧ ଅପ୍ରେଲ (ହି.ସ.)- ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ କାର୍ଯ୍ୟାଳୟରେ ନୂତନ ନିରୀକ୍ଷକ ଭାବେ ବୁଲୁ ପାତ୍ର ଯୋଗଦେବା ପରଠାରୁ ରୀତିମତ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି । ଶୁକ୍ରବାର ଦିନ ଭୁବନ ଥାନା ଅନ୍ତର୍ଗତ ଚନ୍ଦାର ଗ୍ରାମରେ ଚଢଉ କରାଯାଇ ସ୍କୁଟି ସହିତ ୨୦ ଲିଟର ଦେଶି ମଦ ଜବତ
ସ୍କୁଟି ସହ ୨୦ ଲିଟର ଦେଶୀ ମଦ ଜବତ, ଅଭିଯୁକ୍ତ ଗିରଫ


ଭୁବନ, ୧୧ ଅପ୍ରେଲ (ହି.ସ.)- ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ କାର୍ଯ୍ୟାଳୟରେ ନୂତନ ନିରୀକ୍ଷକ ଭାବେ ବୁଲୁ ପାତ୍ର ଯୋଗଦେବା ପରଠାରୁ ରୀତିମତ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି । ଶୁକ୍ରବାର ଦିନ ଭୁବନ ଥାନା ଅନ୍ତର୍ଗତ ଚନ୍ଦାର ଗ୍ରାମରେ ଚଢଉ କରାଯାଇ ସ୍କୁଟି ସହିତ ୨୦ ଲିଟର ଦେଶି ମଦ ଜବତ କରାଯିବା ସହିତ ମଦ ନେଇ ଯାଉଥିବା ବିକର ସାହୁକୁ ଗିରଫ କରାଯାଇଥିଲା । ଭୁବନ ଅବକାରୀ ଇନ୍ସପେକ୍ଟର ବୁଲୁ ପାତ୍ରଙ୍କ ତତ୍ତ୍ଵାବଧାନରେ କନଷ୍ଟେବଳ ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ, ଆଲୋକ କୁମାର ଜେନାଙ୍କ ସହଯୋଗରେ ଚଢ଼ଉ କରି ଅଭିଯୁକ୍ତ ଵିକର ନାମରେ କେଶ୍ ନଂ ୦୬/୨୦୨୬-୨୭ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande