ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୭୯ ତମ ଅଧିବେଶନ
କେନ୍ଦ୍ରାପଡା, 11 ଏପ୍ରିଲ୍ (ହି.ସ.)କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୭୯ ତମ ଅଧିବେଶନ ଗୋପ ଗ୍ରାମସ୍ଥିତ ରାମମନ୍ଦିର ପରିସରରେ ସଭାପତି ଡ. ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ସଭା ପ୍ରାରମ୍ଭରେ ସମସ୍ତ ସଭ୍ୟ/ସଭ୍ୟା ବୃନ୍ଦ ଆମେରିକା, ଇସ୍ରା
ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୭୯ ତମ ଅଧିବେଶନ


କେନ୍ଦ୍ରାପଡା, 11 ଏପ୍ରିଲ୍ (ହି.ସ.)କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୭୯ ତମ ଅଧିବେଶନ ଗୋପ ଗ୍ରାମସ୍ଥିତ ରାମମନ୍ଦିର ପରିସରରେ ସଭାପତି ଡ. ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ସଭା ପ୍ରାରମ୍ଭରେ ସମସ୍ତ ସଭ୍ୟ/ସଭ୍ୟା ବୃନ୍ଦ ଆମେରିକା, ଇସ୍ରାଇଲ ବନାମ ଇରାନ ଯୁଦ୍ଧର ଭୟାଭୟତା ଓ ଯୁଦ୍ଧର ବୈଶ୍ୱଇକ ଶକ୍ତି ସଙ୍କଟ ସମ୍ପର୍କରେ ଆଲୋଚନା କରି ନିକଟ ଅତୀତରେ ସାମୂହିକ ଶାନ୍ତିଚୁକ୍ତିକୁ ସ୍ୱାଗତ କରାଯାଇଥିଲା ଏବଂ ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ସମସ୍ତ ସୈନିକ ଓ ସାଧାରଣ ନାଗରିକଙ୍କ ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଥିଲା । ସର୍ବସମ୍ମତି ନିଷ୍ପତିକ୍ରମେ ଗ୍ରୀଷ୍ମପ୍ରବାହ ସମୟରେ ଜଳଛତ୍ର ଆୟୋଜନ, ପଶୁପକ୍ଷୀ ମାନଙ୍କ ପାଇଁ ରାସ୍ତା କଡରେ ଜଳ ପାନର ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମ ଗ୍ରହଣ କରାଗଲା । ଉକ୍ତ ଆଲୋଚନା ସଭାରେ ଉପଦେଷ୍ଟା ଅଜୟ ସାମଲ, ଦିଲ୍ଲୀପ କୁମାର ମିଶ୍ର, ବୈଷ୍ଣବ ଚରଣ ସ୍ୱାଇଁ, ମଧୁସୂଦନ ବାରିକ, ଭାସ୍କର କର, ନେତ୍ରାନନ୍ଦ କର, ଧୀରେନ କୁମାର ବେହେରା,କୃଷ୍ଣ ଚନ୍ଦ୍ର ଜେନା, ପ୍ରତାପ ଚନ୍ଦ୍ର ଲେଙ୍କା, ନୃସିଂହ ଚରଣ ତ୍ରିପାଠୀ, ବିକ୍ରମ କୁମାର ମଲ୍ଲ, ଅଜିତ କୁମାର ରାଉତ, ଶ୍ରୀକାନ୍ତ କୁମାର ସାହୁ, ସୁରେଶ ଚନ୍ଦ୍ର ପଟ୍ଟନାୟକ ଓ ଅନ୍ୟମାନେ ଅଶଂଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande