ବିଜୁ ଲିଗାସିର ଦୁଇଟି ବୈଶିଷ୍ଟ୍ୟ -  ଦୁଃସାହସିକତା ଓ ଧର୍ମ ନିରପେକ୍ଷତା- ବିଜେଡି
ଭୁବନେଶ୍ୱର, 11 ଏପ୍ରିଲ୍ (ହି.ସ.)- ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ବିଜୁ ଲିଗାସୀ ଏକାଠି ହେବା ଉପରେ ପ୍ରତିକ୍ରିୟା ରଖି ଗଣେଶ୍ୱର ବେହେରା କହିଛନ୍ତି ଯେ, ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ଯଦି କିଏ ଏକାଠି ହୁଅନ୍ତି ତେବେ ଏହା ସ୍ଵାଗତଯୋଗ୍ୟ। ସେ ଜଣଙ୍କର ନେତା ନଥିଲେ ସେ ଥି
ବିଜୁ ଲିଗାସିର ଦୁଇଟି ବୈଶିଷ୍ଟ୍ୟ -  ଦୁଃସାହସିକତା     ଓ ଧର୍ମ ନିରପେକ୍ଷତା- ବିଜେଡି


ଭୁବନେଶ୍ୱର, 11 ଏପ୍ରିଲ୍ (ହି.ସ.)- ବିଜୁ ବାବୁଙ୍କ ଶ୍ରାଦ୍ଧ

ଦିବସରେ ବିଜୁ ଲିଗାସୀ ଏକାଠି ହେବା ଉପରେ ପ୍ରତିକ୍ରିୟା ରଖି ଗଣେଶ୍ୱର ବେହେରା କହିଛନ୍ତି ଯେ, ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ଯଦି କିଏ ଏକାଠି

ହୁଅନ୍ତି ତେବେ ଏହା ସ୍ଵାଗତଯୋଗ୍ୟ। ସେ ଜଣଙ୍କର ନେତା ନଥିଲେ ସେ ଥିଲେ ଗଣଙ୍କର।

ସେ କହିଛନ୍ତି ଯେ, କିନ୍ତୁ ଗୋଟିଏ କଥା

ସ୍ପଷ୍ଟ ଯେ ସେମାନେ ଆଉ କାହା ନାଁକୁ ଆଶ୍ରା କରିପାରିବେ ନାହିଁ। ସେଥିପାଇଁ ବିଜୁଙ୍କୁ ଆଶ୍ରା

କରୁଛନ୍ତି। ସେମାନେ ବିଜୁ ବାବୁଙ୍କ ଭଳି ଦୁଃସାହସର ପରିଚୟ ଦିଅନ୍ତୁ ରାଜ୍ୟ ସ୍ଵାର୍ଥ ପାଇଁ। ବିଜେଡ଼ି

ଠାରୁ ବିଜୁ ଲିଗାସି ଛଡେଇ ବାବୁ ଚେଷ୍ଟା କରାଯାଇପାରେ।

କିନ୍ତୁ ଲୋକେ ଗ୍ରହଣ କଲେ ତ ହେବ । ବିଜୁ ଲିଗାସିର ଦୁଇଟି ବୈଶିଷ୍ଟ୍ୟ ହେଲା, ଦୁଃସାହସିକତା

ଓ ଧର୍ମ ନିରପେକ୍ଷତା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande