ସିଜିମାଳି ପ୍ରସଙ୍ଗରେ ଜୁଏଲ ଓରାମଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ସସ୍ମିତ ପାତ୍ର
ଭୁବନେଶ୍ୱର, 11 ଏପ୍ରିଲ୍ (ହି.ସ.)- ସିଜିମାଳି ପ୍ରସଙ୍ଗରେଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି ସାଂସଦ ସସ୍ମିତ ପାତ୍ର । ଆଦିବାସୀଙ୍କ ପ୍ରତି ପୋଲିସ ପକ୍ଷପାତିତା କରୁଥିବା ସେ ଅଭିଯୋଗ କରି ଚିଠି ଲେଖିଛନ୍ତି । ବକ୍ସାଇଟ୍ ଖଣି ପ୍ରକଳ
ସିଜିମାଳି ପ୍ରସଙ୍ଗରେ ଜୁଏଲ ଓରାମଙ୍କ     ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ସସ୍ମିତ ପାତ୍ର


ଭୁବନେଶ୍ୱର, 11 ଏପ୍ରିଲ୍ (ହି.ସ.)- ସିଜିମାଳି ପ୍ରସଙ୍ଗରେଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ଚିଠି ଲେଖି ହସ୍ତକ୍ଷେପ

ଲୋଡ଼ିଛନ୍ତି ସାଂସଦ ସସ୍ମିତ ପାତ୍ର । ଆଦିବାସୀଙ୍କ ପ୍ରତି ପୋଲିସ ପକ୍ଷପାତିତା କରୁଥିବା ସେ ଅଭିଯୋଗ

କରି ଚିଠି ଲେଖିଛନ୍ତି । ବକ୍ସାଇଟ୍ ଖଣି ପ୍ରକଳ୍ପକୁ ନେଇ ଆଦିବାସୀ ଭାଇ ଭଉଣୀ ବିରୋଧ କରୁଛନ୍ତି

। ବିରୋଧ ପ୍ରଦର୍ଶନ କରୁଥିବା ଆଦିବାସୀଙ୍କ ପ୍ରତି ପୋଲିସ ପକ୍ଷପାତିତା କରୁଛି । ପୋଲିସ ମାଡ଼ରେ

ଅନେକ ଆଦିବାସୀ ଆହତ ହୋଇଛନ୍ତି, ଯାହାକି ଉଦ୍ବେଗଜନକ ବୋଲି ସସ୍ମିତ କହିଛନ୍ତି । ତେଣୁ ତୁରନ୍ତ

ହସ୍ତକ୍ଷେପ କରି ଆଦିବାସୀଙ୍କ ଅଧିକାର,

ସମ୍ମାନ,

ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ବୋଲି ସେ ଅପିଲ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande