
ଭୁବନେଶ୍ୱର, 11 ଏପ୍ରିଲ୍ (ହି.ସ.)- ମହାତ୍ମା ଜ୍ୟୋତିବା ଫୁଲେଙ୍କ ସ୍ମୃତିଚାରଣ କରିଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ
କହିଛନ୍ତି ଯେ, ମହାନ ସମାଜ ସୁଧାରକ ମହାତ୍ମା ଜ୍ୟୋତିବା ଫୁଲେଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି
କୋଟି ନମନ। ସେ ସମାଜର ସେହି ଶ୍ରେଣୀ ପାଇଁ ସ୍ୱର ଉଠାଇଥିଲେ, ଯେଉଁମାନେ ଦୀର୍ଘ ସମୟ ଧରି ଅବହେଳାର ସମ୍ମୁଖୀନ ହୋଇଥିଲେ, ଏବଂ ଶିକ୍ଷାର ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିବାର କାମ କରିଥିଲେ।
ତାଙ୍କର ଜୀବନ ସମର୍ପଣ ଓ ସମାଜ ପ୍ରତି ଦାୟିତ୍ୱର ଏକ ଅଦ୍ଭୁତ ଉଦାହରଣ।
ସମାଜ ସୁଧାର ପ୍ରତି ତାଙ୍କର ଅଟଳ
ପ୍ରତିବଦ୍ଧତା ଆଜି ମଧ୍ୟ ଆମକୁ ସମାନତା ଆଧାରିତ ରାଷ୍ଟ୍ର ଗଠନ ପାଇଁ ପ୍ରେରିତ କରେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା