
ଭୁବନେଶ୍ୱର, ୧୧ ଏପ୍ରିଲ (ହି.ସ)- ରାଜ୍ୟରେ ପାନୀୟ ଜଳ ନିଗମ ଗଠନ ହେବ ବୋଲି ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏସମ୍ପର୍କରେ ଓଡ଼ିଶାର ଏକ ଟିମ୍ ଖୁବ୍ ଶୀଘ୍ର ମଧ୍ୟପ୍ରଦେଶ ଓ କର୍ଣ୍ଣାଟକକୁ ଯିବ। ସେଠାରେ ଓଡ଼ିଶା ଟିମ୍ ନିଗମର ରୂପରେଖ କେମିତି ହେବ ସେ ବାବଦରେ ଅନୁଧ୍ୟାନ କରିବେ। ଆଇଟି ଓ ଡିଜିଟାଲ ପ୍ଲାଟ୍ଫର୍ମ ସହ ନିଗମ କାମ କରିବ।ମେଗା ପ୍ରକଳ୍ପର ଦାୟିତ୍ୱ ୫ ବର୍ଷ ପାଇଁ ଏକ ଏଜେନ୍ସି ନେବ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା