
ଭୁବନେଶ୍ୱର, 11 ଏପ୍ରିଲ୍ (ହି.ସ.)- ମହାନଦୀ ସମସ୍ୟାର ସମାଧାନ
ପାଇଁ ସରକାରଙ୍କ ଇଚ୍ଛା ଶକ୍ତି ନାହିଁ ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ।
ସେ କହିଛନ୍ତି ଯେ, 2018 ରେ
ଟ୍ରିବୁନାଲ ଗଠନ ହେଲା। ବର୍ତ୍ତମାନ 2026। ଫଳ ଶୂନ।
ପୁଣି ଅବଧି ବଢିଲା। ଏଜିକହିଲେ ଆପୋଷ
ବୁଝାମଣା ହେବ। ଏଜିହେଉଛନ୍ତି
ସରକାରଙ୍କ ପ୍ରତିନିଧି। ଯଦି ଆପୋଷ ବୁଝାମଣା ହେବ ତେବେ ଟ୍ରିବୁନାଲର ଆବଶ୍ୟକତା କଣ? ଏପଟେ ଟ୍ରିବୁନାଲ ଅବଧି ବଢୁଛି। ଅର୍ଥାତ ଆପୋଷ ବୁଝାମଣା ହୋଇପାରୁନି। ଏହା ଚିନ୍ତାଜନକ।
ମହାନଦୀ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଇଚ୍ଛା ଶକ୍ତି ନାହିଁ। ବିଜେଡ଼ି ଏହାକୁ ପ୍ରସଙ୍ଗ
କରିଛି ଏବଂ କରିବ ବୋଲି ଗଣେଶ୍ୱର ବେହେରା କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା