ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ ଉଦ୍ଯାପିତ
ଧର୍ମଶାଳା,୧୧ଏପ୍ରିଲ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ମଙ୍ଗରାଜପୁର ପଂଚାୟତ ବୀରଭାନୁପୁରସ୍ଥିତ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି । ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ପ୍ରଫେସର ଗଦାଧର ଦାସଙ୍କ ସଭାପତିତ୍ୱରେ ଗ୍ଲୋବାଲ ସିଇଓ ଡ.ଷ୍ଟାଲ
ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ ଉଦ୍ଯାପିତ


ଧର୍ମଶାଳା,୧୧ଏପ୍ରିଲ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ମଙ୍ଗରାଜପୁର ପଂଚାୟତ ବୀରଭାନୁପୁରସ୍ଥିତ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି । ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ପ୍ରଫେସର ଗଦାଧର ଦାସଙ୍କ ସଭାପତିତ୍ୱରେ ଗ୍ଲୋବାଲ ସିଇଓ ଡ.ଷ୍ଟାଲିନ ମିଶ୍ର,ରସୁଲପୁର ବ୍ଲକ ଶିକ୍ଷାଧିକାରୀ ସୁର୍ଶନ ମଲ୍ଲିକ,ସମାଜସେବିକା ମିନତୀ ସାହୁ,ଅବସରପ୍ରାପ୍ତ ଶିକ୍ଷକ ବେଣୁଧର ନାୟକ,ବସନ୍ତ କୁମାର ଜେନା,ବିଜେପି ଜିଲା ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଗିରି,ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରିଲୋଚନ ସେଠୀ,ସମାଜସେବୀ ମଦନା ନନ୍ଦ ମିଶ୍ର,ଚନ୍ଦ୍ରମଣୀ ବାରିକ,ମନୋଜ ରଥ,ନିରଞ୍ଜନ ପତି,ଜନାର୍ଦ୍ଧନ ଷଡଙ୍ଗୀ, ଉତମ ଦାସ ଓ କୃଷ୍ଣ ଚନ୍ଦ୍ର ଶତପଥୀ ପ୍ରମୁଖ ଯୋଗ ଦେଇ ସେ ଦିନର ବିଦ୍ୟାଳୟ ଓ ଆଜିର ବିଦ୍ୟାଳୟ ମଧ୍ୟମରେ ବହୁତ ତଫାତ ରହିଛି । ଶିକ୍ଷା ପଦ୍ଧତିରେ ଅନେକ ପରିବର୍ତନ ହୋଇଥିବା ନେଇ ମତବ୍ୟକ୍ତ କରିଥିଲେ । ଆଜିର ମଂଚ ପରିଚାଳନାରେ ମନୋରଂଜନ ପତି ଓ ସୌଭାଗ୍ୟ ମିଶ୍ର ସହଯୋଗ କରିଥିଲେ । ସୁବର୍ଣ୍ଣ ଜୟନ୍ତୀର ସମସ୍ତ କାର୍ଯ୍ୟକ୍ରମକୁ ସଂଜୟ ଶତପଥୀ,ପୂର୍ଣ୍ଣ ଚନ୍ଦ୍ର ଦାଶ,ଦେବି ପ୍ରସନ୍ନ ବେହୁରିଆ,ରାଧେଶ୍ୟାମ ରଥ,ରାମନାଥ ତ୍ରିପାଠୀ,ରମାକାନ୍ତ ବାରିକ,ପୂର୍ଣ୍ଣ ଚନ୍ଦ୍ର ଶତପଥୀ,ସରୋଜ ରଥ,ବିଜୁ ଖୁଂଟିଆ,ସନ୍ତୋଷ ଖୁଂଟିଆ,ପ୍ରଭାକର ସାହୁ ଓ ପ୍ରଣତି ଦାସ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପୂର୍ବତନ ଛାତ୍ର ସଂସଦର ସମ୍ପାଦକ ବ୍ରହ୍ମାନନ୍ଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande