ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଙ୍କଟ ପରିଚାଳନା ଗ୍ରୁପ୍ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର,୧୧ ଏପ୍ରିଲ (ହି.ସ)- ସଂପ୍ରତି ବୈଶ୍ୱିକ-ଭୂ-ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ପେଟ୍ରୋଲିୟମ ଉତ୍ପାଦ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ତଥା ରାଜ୍ୟ ସଙ୍କଟ
fgstr


ଭୁବନେଶ୍ୱର,୧୧ ଏପ୍ରିଲ (ହି.ସ)- ସଂପ୍ରତି ବୈଶ୍ୱିକ-ଭୂ-ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ପେଟ୍ରୋଲିୟମ ଉତ୍ପାଦ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ତଥା ରାଜ୍ୟ ସଙ୍କଟ ପରିଚାଳନା ଗ୍ରୁପ୍ର ବୈଠକ ଗତକାଲି ଶୁକ୍ରବାର ସଂଧ୍ୟାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ରାଜ୍ୟରେ ପେଟ୍ରୋଲ, ଡିଲେଜ ଏବଂ ରନ୍ଧନ ଗ୍ୟାସର ନିରବଚ୍ଛିନ୍ନ ଯୋଗାଣ କରାଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ । ଏଥି ସହିତ ଆଗାମୀ ଖରିଫ୍ ଋତୁକୁ ଦୃଷ୍ଟିରେ ରଖି ୟୁରିଆ ସାର ମହଜୁଦ ଏବଂ ସୁପରିଚାଳନା ସଂପର୍କରେ କୃଷି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ ତଥ୍ୟ

ରଖିଥିଲେ । ବୈଠକରେ ଖାଦ୍ୟ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଏଲପିଜି ବଣ୍ଟନ ବ୍ୟବସ୍ଥା, ଯୋଗାଣ

ପରିଚାଳନ ଓ ସମସ୍ତଙ୍କୁ ଆବଶ୍ୟକ ମୁତାବକ ସନ୍ତୁଳିତ ଆବଣ୍ଟନ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବା ଭଳି ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଏଲପିଜି ଆବଣ୍ଟନ ବୃଦ୍ଧି ପାଇଛି । ସୁବିଧାରେ ରନ୍ଧନ ଗ୍ୟାସ ଯୋଗାଣ ଉପଲବ୍ଧ ହେବା ପାଇଁ ତୈଳ ମାର୍କେଟିଂ କମ୍ପାନୀ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ ମାନଙ୍କ ସହିତ ନିୟମିତ ସମନ୍ୱୟ ରଖାଯାଉଛି । ଇସ୍ପାତ ଏବଂ ଅଟୋମୋବାଇଲ ଭଳି କ୍ଷେତ୍ର ପାଇଁ ମଧ୍ୟ ଅତିରିକ୍ତ କମର୍ସିଆଲ ଏଲପିଜି ଯୋଗାଇ ଦିଆଯାଉଛି । ରାଜ୍ୟରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ମୋଟ ମହଜୁଦ ପରିମାଣ, ହାରାହାରି ଦୈନିକ ବ୍ୟବହାର ଓ ଆଗାମୀ ଉପଲବ୍ଧତା ସଂପର୍କରେ ଉପସ୍ଥାପନା କରାଯାଇଥିଲା । ଏମଏସ୍, ଏଚ୍ଏସଡି, ଏଲପିଜି, ପିଏନଜି, ସିଏନଜି ଯୋଗାଣ ବ୍ୟବସ୍ଥାକୁ ସମନ୍ୱିତ ଭାବରେ ସୁଦୃଢ଼ କରାଯାଉଥିବା ସଂପର୍କରେ ଆଲୋଚନା କରାଯାଇଥିଲା ।

ଅନ୍ୟପକ୍ଷରେ ବେଆଇନ୍ ଗ୍ୟାସ ସିଲିଣ୍ଡର,ଚୋରା ଚାଲାଣ କରୁଥିବା ଓ ଅନ୍ୟତ୍ର ବ୍ୟବହାର ପାଇଁ ନିଆଯାଉଥିବା କ୍ଷେତ୍ରରେ ସାରା ରାଜ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ ଯାଂଚ ଓ ଚଢଉକୁ ଜୋରଦାର କରାଯାଇଛି ।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ରନ୍ଧନ ଗ୍ୟାସ ଯୋଗାଣରେ ଜରୁରୀ ଆବଶ୍ୟକତା କ୍ଷେତ୍ରକୁ ଗୁରୁତ୍ୱ ଦେବା ସହ ପିଏନଜି ସଂଯୋଗୀକରଣ ନେଟୱାର୍କ ବୃଦ୍ଧିକୁ ପ୍ରାଥମିକତା ଦେଇଛନ୍ତି । ପେଟ୍ରୋଲ, ଡିଜେଲ ଇନ୍ଧନ ଏବଂ ରନ୍ଧନ ଗ୍ୟାସ ଉପଲବ୍ଧତା ନେଇ ସବୁବେଳେ ପରିସ୍ଥିତିକୁ ଦୃଷ୍ଚିରେ ରଖି ଯେଉଁଠି, ଯେତେବେଳେ ସମସ୍ୟା ନଜରକୁ ଆସୁଛି, ସେଠି ଯୋଗାଣ ବିଭାଗ ତଥା ନୋଡାଲ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ତରଫରୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ପରିସ୍ଥିତିର ସମାଧାନ ପାଇଁ ସମସ୍ତେ ସହଯୋଗ ଓ ସମ୍ମିଳିତ ପ୍ରୟାସ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande