



ବଲାଙ୍ଗିର, ୧୧ ଏପ୍ରିଲ୍ (ହି.ସ.)- ସ୍ଥାନୀୟ ଜିଲ୍ଲା ଯାଦବ ଭବନ ସମ୍ମୁଖରେ ଥିବା ମହାତ୍ମା ଜ୍ୟୋତି ରାଓ ଫୁଲେ ଏବଂ ମାତା ସାବିତ୍ରୀ ବାଇ ଫୁଲେଙ୍କ ନବନିର୍ମିତ ପ୍ରତିମୂର୍ତ୍ତିରେ ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କ ୧୫୫ ତମ ଜୟନ୍ତୀ ଅବସରରେ ଅତିଥି କୌତୁକ ପନ୍ଦର, ଅଧ୍ୟାପକ, ଟଙ୍କଧର ଗଡତ୍ଯା, ଅର୍ଜୁନ ମୁଗ୍ରୀ, ଅଶ୍ଵିନୀ ପୁଟେଲ ପୁର୍ଣ୍ଣଚନ୍ଦ୍ର ବିଶ୍ବାଳ, ସରୋଜ କୁମାର ମେଶ୍ଵା ପଶ୍ଚିମ ଓଡ଼ିଶା ମହିଲା ସଂଗଠନ ପକ୍ଷରୁ ସବିତା ନନ୍ଦ ସବିତା ନାଗ, ସମାଜ ସେବା ଦଣ୍ଡୁଆ ସିତାରାମ କୁମ୍ଭାର, ଜ୍ୟୋତିଷ ମୁଗ୍ରି ଏବଂ ବିଭିନ୍ନ ସଂଗଠନର ଉପସ୍ଥିତରେ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ଯାଦବ ଭବନ ବଲାଙ୍ଗୀର ସଭାଗୃହ ଠାରେ ସଭାନେତ୍ରୀ ସବିତା ନନ୍ଦଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ଏହି ସଂଗଠନ ତଥା ପ୍ରତିମୁର୍ତ୍ତୀ ସ୍ଥାପନ ଦିଗରେ ସହଯୋଗ କରିଥିବା ଏବଂ ସମାଜ ସେବା ନିମିତ୍ତ ବିଭିନ୍ନ ସାମାଜିକ କର୍ମକର୍ତ୍ତାଙ୍କୁ ସମ୍ମାନିତ ମୁଖ୍ୟ ଅତିଥି କୌତୁକ ପନ୍ଦର ଏବଂ ଉପସ୍ଥିତ ଅତିଥିମାନେ ସମ୍ମାନିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ