
ଭୁବନେଶ୍ୱର, ୧୧ ଏପ୍ରିଲ (ହି.ସ)- ମହାନଦୀ ଟ୍ରିବ୍ୟୁନାଲ ଶୁଣାଣିକୁ ନେଇ ଏଜି ପୀତାମ୍ବର ଆଚାର୍ଯ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସ୍ପଟ୍ ପରିଦର୍ଶନ ରିପୋର୍ଟକୁ ଶୁଣାଣିରେ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ। ଅଗଷ୍ଟ ୨୦୨୫ରୁ ଦୁଇ ରାଜ୍ୟ ବୈଷୟିକ ଟିମର ୧୩ଥର ବୈଠକ ହୋଇଛି। ମହାନଦୀରେ କେତେ ଜଳ ପ୍ରବାହିତ ହୋଇଛି, ଆନୁମାନିକ ବାହାର କରାଯାଇଛି। ଦୁଇ ରାଜ୍ୟର ଟେକ୍ନିକାଲ ଟିମ୍ ସମ୍ପୂର୍ଣ୍ଣ ଜଳ ରାଶିକୁ ହିସାବ କରିଛନ୍ତି । ଏଜି ପୀତାମ୍ବର ଆଚାର୍ଯ୍ୟ ଏହାର ତଥ୍ୟ ଟ୍ରିବ୍ୟୁନାଲରେ ରଖିଥିଲେ। ଆପୋଷ ବୁଝାମଣା ନେଇ ଆଲୋଚନା ସଫଳତାର ସହ ଆଗକୁ ବଢ଼ିଛି। ମୁଖ୍ୟ ସଚିବ ଓ ସଚିବସ୍ତରୀୟ ମିଟିଂରେ ଅନେକ ବିବାଦୀୟ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି। ଇବ ଏବଂ ତେଲ ନଦୀରେ ପ୍ରକଳ୍ପ ପ୍ରସ୍ତାବ ସିଡବ୍ଲୁସିରେ ପଡ଼ିରହିଛି। କ୍ଲିୟର ନେଇ ନିର୍ଦ୍ଦେଶ ଦେବାକୁ ଟ୍ରିବ୍ୟୁନାଲକୁ ଅପିଲ କରିଛନ୍ତି ଏଜି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା