
ଭୁବନେଶ୍ୱର, 11 ଏପ୍ରିଲ୍ (ହି.ସ.)- ବଢିଲା ମହାନଦୀ
ଟ୍ରିବ୍ୟୁନାଲ ଅବଧି। ୨୦୨୭ ଜାନୁଆରୀ ୧୩ ଯାଏଁ ମହାନଦୀ ଟ୍ରିବ୍ୟୁନାଲ ଅବଧିକୁ କେନ୍ଦ୍ର ସରକାର
ବୃଦ୍ଧି କରିଛନ୍ତି। ଶନିବାର ଏହି ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଏପ୍ରିଲ ୧୩ରେ
ଶେଷ ହେଉଥିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଜଳ ସମ୍ପଦ ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ
ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାନୁଯାୟୀ,ଚଳିତ ମାସ ୧୩ ତାରିଖରେ ଶେଷ ହେଉଥିଲା ମହାନଦୀ ଜଳ ବିବାଦ
ନ୍ୟାୟାଧିକରଣର ସମୟସୀମା। ନ୍ୟାୟାଧିକରଣଙ୍କ ଅବଧି ବୃଦ୍ଧି ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼
ତରଫରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା