
ଭୁବନେଶ୍ୱର, 11 ଏପ୍ରିଲ୍ (ହି.ସ.) ଛେନାପୋଡ଼
ଦିବସର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ନବୀନ କହିଛନ୍ତି ଯେ, ଛେନାପୋଡ଼ ପାଇଁ ପ୍ରତିଟି ଓଡ଼ିଆଙ୍କ ମନରେ ରହିଛି ଏକ ସ୍ୱତନ୍ତ୍ର
ଆବେଗ। ଏହାର ସ୍ୱାଦ ଏବଂ ପ୍ରସ୍ତୁତି ଶୈଳୀ ଏହାକୁ ଅନ୍ୟ ସମସ୍ତ ମିଠାଠାରୁ ଭିନ୍ନ କରିଥାଏ।
ଛେନାପୋଡ଼ ଦିବସ ଅବସରରେ ସଭିଙ୍କୁ ମୋର ଶୁଭେଚ୍ଛା। ଆସନ୍ତୁ ଆମର ବିବିଧ ଖାଦ୍ୟ ସଂସ୍କୃତିକୁ
ଗର୍ବର ସହ ପାଳନ କରିବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା