



ସମ୍ବଲପୁର, ୧୨, ଏପ୍ରିଲ୍ (ହି.ସ.) ଆଜି ସମ୍ବଲପୁର ଜିଲ୍ଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ତଥା
ରେଙ୍ଗାଲିର ପୁର୍ବତ୍ତନ ବିଜେଡି ବିଧାୟକ ରମେଶ ପଟୁଆ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଆଜି ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାୟକ, ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେରଙ୍କ ଉପସ୍ଥିତିରେ ବିଜେଡିର ପୁର୍ବତନ ବିଧାୟକ ରମେଶ ପଟୁଆ ବିଜେପିରେ ଯୋଗଦାନ କରିଛନ୍ତି। ଶ୍ରୀ ପଟୁଆଙ୍କ ଏହି ମିଶ୍ରଣ ପର୍ବରେ ସାଙ୍ଗରେ ଅନେକ ସରପଂଚ , ଓ୍ବାଡ ମେମ୍ବରଙ୍କ ସହ ଶତାଧିକ ସମର୍ଥକ ମଧ୍ୟ ବିଜେପିରେ ସ୍ବତଃପ୍ରବୃତ୍ତ ଯୋଗ ଦେଇଛନ୍ତି। କିଛି ଦିନ ଧରି ସେ ବିଜେଡିର ସାଙ୍ଗଠନିକ ବିଧି ବ୍ୟବସ୍ଥାରେ ଅତିଷ୍ଠ ହୋଇ ଗତ ଦୁଇ ଦିନ ପୁର୍ଵରୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଶ୍ରୀ ପଟୁଆ ୨୦୧୪ ରୁ ୨୦୧୯ ଯାଏଁ ବିଜେଡିର ରେଙ୍ଗାଲି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୨୪ରେ ଟିକଟ ଆଶାୟୀ ଥିଲେ ମଧ୍ୟ ଦଳର ଆଭ୍ୟନ୍ତରୀଣ ରାଜନୀତିରେ ଦଳ ତାଙ୍କୁ ଭରଷା କଲାନାହି । ଵିଜେଡି ଛାଡିବାର ଅନେକ କାରଣ ଅଛି, ହେଲେ ତାହା ଏବେ କହିହେବ ନାହିଁ ବୋଲି କହିଛନ୍ତି । ସେପଟେ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି ବିଜେପି ହୁଇସିଲ ମାରିବା ପୁର୍ଵରୁ ବିଜେଡି ଦଳ ଭାଙ୍ଗି ଯାଉଛି । ୨୦୨୯ ସୁଦ୍ଧା ବିଜେଡି ଦଳ ମୁଳପୋଛ ହୋଇଯିବାର ସମ୍ଭାବନା ଜଳଜଳ ହୋଇ ଦେଖାଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ