
କେନ୍ଦ୍ରାପଡ଼ା, ୧୨ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଅଙ୍ଗନୱାଡ଼ୀ କର୍ମୀସଂଘର ଏକ ଆଲୋଚନା ସ୍ଥାନୀୟ ଗୋପ ଛକଠାରେ ସଭାପତି ସ୍ୱର୍ଣ୍ଣପ୍ରଭା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ପାଦିକା ମମତାମୟୀ ଖଟୁଆ, ସୋନାଲି କର, କାଂଚନବାଳା ପଣ୍ଡା, ରୀନା ଜେନା, ମିନତୀ ଖଟୁଆ ପ୍ରମୁଖ ଉପସ୍ଥିତ ରହି ଅଙ୍ଗନୱାଡୀ କର୍ମୀଙ୍କର ଦରମାବୃଦ୍ଧି, ଏସ୍ଏନ୍ପି ଦର ବୃଦ୍ଧି, ପୋଷଣ କାର୍ଯ୍ୟରୁ ବାଦ୍ଦେବା, ଜିକେଏସ୍ରୁ ବାଦ୍ ଦେବା, ପେନସନ୍ଲାଗୁ କରିବା ଆଦି ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ରବି