ଆଜାଦ ହିନ୍ଦ ବାହିନୀର ଚାରିଦିନିଆ କର୍ମଶାଳା ଉଦଯାପିତ
ଭୁବନେଶ୍ୱର, ୧୨ ଏପ୍ରିଲ (ହି.ସ)- ଆଜାଦ ହିନ୍ଦ ବାହିନୀ ପକ୍ଷରୁ ଆୟୋଜିତ ଚାରି ଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ରବିବାର ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବରିଷ୍ଠ ସ୍ତମ୍ଭକାର ତୁଷାର କାନ୍ତ ଶତପଥୀ, ବରିଷ୍ଠ ସାମ୍ବାଦିକ ତଥା କବି କେଦାର ମିଶ୍ର, ଏବଂ ବରିଷ୍ଠ ସାମ୍ବାଦିକ ସୁର
fgh


ଭୁବନେଶ୍ୱର, ୧୨ ଏପ୍ରିଲ (ହି.ସ)- ଆଜାଦ ହିନ୍ଦ ବାହିନୀ ପକ୍ଷରୁ ଆୟୋଜିତ ଚାରି ଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ରବିବାର ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବରିଷ୍ଠ ସ୍ତମ୍ଭକାର ତୁଷାର କାନ୍ତ ଶତପଥୀ, ବରିଷ୍ଠ ସାମ୍ବାଦିକ ତଥା କବି କେଦାର ମିଶ୍ର, ଏବଂ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର, ଫରୱାର୍ଡ ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ନେତାଜୀଙ୍କ ଜୀବନୀ ଓ ତାଙ୍କ ସଂଗ୍ରାମୀ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଭାରତ ବର୍ଷ ବର୍ତ୍ତମାନ ଏକ ଘଡ଼ିସନ୍ଧି ମୁହୂର୍ତଦେଇ ଗତି କରୁଛି ବୋଲି ଅଭିଯୋଗ କରିଥିଲେ । ଏଭଳି ସମୟରେ ଦେଶ ଓ ଦେଶବାସୀଙ୍କ ସୁରକ୍ଷା ପାଇଁ ସୁଭାଷବାଦ ଏବଂ ସମାଜବାଦୀ ଚିନ୍ତାଧାରାକୁ ଆଧାର କରି ସଂଗ୍ରାମ କରିବା ଅପରିହାର୍ଯ୍ୟ ହୋଇପଡିଛି କ୍ଷ ତେଣୁ ଆଜାଦ ହିନ୍ଦ ବାହିନୀର ସିପାହୀମାନେ ନେତାଜୀ ସୁଭାଷଙ୍କ ଧାରାରେ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ କରିଥିଲେ । ଆହ୍ୱାନ ଦେଇ କହିଛନ୍ତି ଯେ, ସାମ୍ପ୍ରତିକ ପରିସ୍ଥିତିରେ ନେତାଜୀଙ୍କ ବଳିଦାନ ଓ ନୀତିକୁ ପାଥେୟ କରି ସାଧାରଣ ଜନତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆଗେଇ ଆସିବାକୁ ହେବ।

ଏହି କର୍ମଶାଳାରେ ସଭାପତିତ୍ୱ କରି ଆଜାଦ ହିନ୍ଦ ବାହିନୀର ଜାତୀୟ ସଂଯୋଜକ ଜ୍ୟୋତି ରଞ୍ଜନ ମହାପାତ୍ର ଅଭିଭାଷଣରେ ରାଜ୍ୟ ଓ ଦେଶର ସମ୍ପଦ କର୍ପୋରେଟ ନିୟନ୍ତ୍ରଣ ଚାଲିଯିବାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ଓଡ଼ିଶାର ମୂଲ୍ୟବାନ ପ୍ରାକୃତିକ ସମ୍ପଦ ଓ ଜଳ, ଜମି ଏବଂ ଜଙ୍ଗଲ ଆଜି ବଡ଼ ବଡ଼ ବେପାରୀଙ୍କ ହାତକୁ ଚାଲିଯାଉଛି। ଫଳରେ ସାଧାରଣ ଜନତାଙ୍କ ଅଧିକାର କ୍ଷୁଣ୍ଣ କରାଯାଉଛି। ଦେଶର ସମ୍ପଦ ଯେତେବେଳେ ପୁଞ୍ଜିପତିଙ୍କ ହାତକୁ ଚାଲିଯାଏ, ସେତେବେଳେ ସାଧାରଣ ଜନତାଙ୍କ ମୁକ୍ତି ପାଇଁ ସୁଭାଷବାଦୀ ବିଚାରଧାରା଼ରେ ସଂଗ୍ରାମ ହିଁ ଏକମାତ୍ର ରାସ୍ତା ବୋଲି ପ୍ରକାଶ କରିବା ସହ ଆମ ସମ୍ପଦର ସୁରକ୍ଷା ପାଇଁ ଶକ୍ତିଶାଳୀ ଜନଆନ୍ଦୋଳନ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande