ସିଏମ୍ ଟ୍ରଫି-୨୦୨୬ ଖୋ ଖୋ ପ୍ରତିଯୋଗିତା ଉଦ୍ଯାପିତ ବାଳକ ଓ ବାଳିକା ଉଭୟ ବର୍ଗରେ ଲୋଇସିଂହା ଚାମ୍ପିୟନ
ବଲାଙ୍ଗିର, 12 ଏପ୍ରିଲ୍ (ହି.ସ.) ବଲାଙ୍ଗିର ତା.୧୨.୦୪.୨୦୨୬ ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍ ଟ୍ରଫି ଆନ୍ତଃ କ୍ଳବ ଓ ଆନ୍ତଃ ଜିଲ୍ଲା ଖୋ-ଖୋ ଚାମ୍ପିୟନସିପ୍ ୨୦୨୬ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍ ଠାରେ ଉଦ୍ଯାପିତ ହୋଇଯାଇଛି । ବାଳିକା ବର୍ଗରେ ଲୋଇସିଂହା ପୁଇଁନ୍ତଲା (କ)କୁ ହରାଇ ଚାମ୍ପିୟନ ହ
ସିଏମ୍ ଟ୍ରଫି-୨୦୨୬ ଖୋ ଖୋ ପ୍ରତିଯୋଗିତା ଉଦ୍ଯାପିତ ବାଳକ ଓ ବାଳିକା ଉଭୟ ବର୍ଗରେ ଲୋଇସିଂହା ଚାମ୍ପିୟନ


ବଲାଙ୍ଗିର, 12 ଏପ୍ରିଲ୍ (ହି.ସ.)

ବଲାଙ୍ଗିର ତା.୧୨.୦୪.୨୦୨୬ ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍ ଟ୍ରଫି ଆନ୍ତଃ କ୍ଳବ ଓ ଆନ୍ତଃ ଜିଲ୍ଲା ଖୋ-ଖୋ ଚାମ୍ପିୟନସିପ୍ ୨୦୨୬ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍ ଠାରେ ଉଦ୍ଯାପିତ ହୋଇଯାଇଛି । ବାଳିକା ବର୍ଗରେ ଲୋଇସିଂହା ପୁଇଁନ୍ତଲା (କ)କୁ ହରାଇ ଚାମ୍ପିୟନ ହୋଇଛି । ସେହିପରି ବାଳକ ବର୍ଗରେ ଲୋଇସିଂହା ବଲାଙ୍ଗିର (କ) କୁ ହରାଇ ଚାମ୍ପିୟନ ହୋଇଛି । କ୍ରିଡ଼ା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପ-ବିଜେତା ମାନଙ୍କୁ ଟ୍ରଫି ପୁରସ୍କୃତ କରିଥିଲେ । ଖୋ-ଖୋ, କବାଡ଼ି ଓ କ୍ରୀଡ଼ା ସଂପାଦକ ତଥା ମ୍ୟାଚ କମିଶନର ବିଭୂତି ଭୂଷଣ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ କ୍ରୀଡ଼ା ସଂସଦ କାଉନସିଲ୍ ସଭ୍ୟ ସୁଧିର ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ବରିଷ୍ଠ ସଦସ୍ୟ ଜୟରାମ ମିଶ୍ରୀ, ଡ଼ା. ସିଦ୍ଧେଶ୍ୱର ମିଶ୍ର, ଡା. ଶୁଭମ ମିଶ୍ର ଓ କ୍ରୀଡ଼ାବିତ ସୁନିଲ ଚନ୍ଦ୍ର ବିଶ୍ୱାଲ ଅତିଥି ଭାବେ ଯୋଗ ଦେଇଥିଲେ । କ୍ରୀଡ଼ା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର ମଂଚାସୀନ ଥିଲେ । ଖେଳକୁ ବୁଦ୍ଧିରାଜ ବିଶ୍ୱାଲ, ସୁଦର୍ଶନ ସେଠ, ଜନାର୍ଦ୍ଦନ ସାହୁ, ଚନ୍ଦ୍ରଶେଖର ମେହେର, ସସ୍ମିତା ମିଶ୍ର, ମାଧୁରୀ ପଣ୍ଡା, ଆଶିଷଦେବ ସା, ସୁଶାନ୍ତ ନାଗ, ରଶ୍ମିରାଣୀ ଖଟୁଆ ପରିଚାଳନା କରିଥିଲେ । ପରିଶେଷରେ ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଧନ୍ୟବାଦ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande