ନାରୀ ଶକ୍ତି ବନ୍ଦନ ଅଧିନିୟମ ଭାରତୀୟ ଗଣତନ୍ତ୍ରରେ ଆଣିବ ଏକ ଯୁଗାନ୍ତକାରୀ ପରିବର୍ତ୍ତନ' ସାଂସଦ ମାଳବିକା ଦେବୀ
ନାରୀ ଶକ୍ତି ବନ୍ଦନ ଅଧିନିୟମ ଭାରତୀୟ ଗଣତନ୍ତ୍ରରେ ଆଣିବ ଏକ ଯୁଗାନ୍ତକାରୀ ପରିବର୍ତ୍ତନ' ସାଂସଦ ମାଳବିକା ଦେବୀ
ନାରୀ ଶକ୍ତି ବନ୍ଦନ ଅଧିନିୟମ ଭାରତୀୟ ଗଣତନ୍ତ୍ରରେ ଆଣିବ ଏକ ଯୁଗାନ୍ତକାରୀ ପରିବର୍ତ୍ତନ' ସାଂସଦ ମାଳବିକା ଦେବୀ


ସମ୍ବଲପୁର, ୧୨, ଏପ୍ରିଲ୍ (ହି.ସ.)

ନାରୀ ଶକ୍ତି ବନ୍ଦନ ଅଧିନିୟମ-୨୦୨୩ର ମହତ୍ତ୍ୱ ଉପରେ ଆଜି ସମ୍ବଲପୁରର ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଗୁରୁତ୍ୱାରୋପ କରିଛନ୍ତି ।ନାରୀ ଶକ୍ତି ବନ୍ଦନ ଅଧିନିୟମ-୨୦୨୩ର ମହତ୍ତ୍ୱ ଉପରେ ସାଂସଦ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଏହି ଐତିହାସିକ ସାମ୍ବିଧାନିକ ସଂଶୋଧନ ଦ୍ୱାରା ଲୋକସଭା ଓ ରାଜ୍ୟ ବିଧାନସଭା ମାନଙ୍କରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରହିବ, ଯାହା ସେମାନଙ୍କୁ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ କରିବ। ସେ କହିଛନ୍ତି ଯେ ମହିଳାମାନେ ଯେଉଁଭଳି ଦକ୍ଷତାର ସହ ନିଜ ପରିବାର ଚଳାନ୍ତି, ସେହିଭଳି ଦକ୍ଷତା ସହ ସେମାନେ ଆଗାମୀ ଦିନରେ ଦେଶ ଗଠନରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ପଦକ୍ଷେପ ମହିଳାମାନଙ୍କୁ କେବଳ ଭୋଟର ଭାବେ ନୁହେଁ ବରଂ ଭାଗ୍ୟ ବିଧାତା ଭାବେ ଗଢି ତୋଳିବାରେ ସହାୟକ ହେବ। ଏହି ଆଇନରେ ଅନୁସୂଚିତ ଜାତି ଓ ଜନଜାତିର ମହିଳାଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ସେ ପୂର୍ବତନ ଅଟଳ ବିହାରୀ ବାଜପେୟୀ ସରକାରଙ୍କ ସମୟରେ ହୋଇଥିବା ଉଦ୍ୟମ ଓ ବର୍ତ୍ତମାନର ଏହି ସଫଳତା ବିଷୟରେ ଆଲୋଚନା କରି କହିଥିଲେ ଯେ ଏହା ଇତିହାସର ଏକ ବଡ଼ ସଂସ୍କାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ନିର୍ମଳା ସୀତାରମଣ ଓ ସୁଷମା ସ୍ୱରାଜଙ୍କ ଭଳି ପ୍ରଭାବଶାଳୀ ମହିଳା ନେତୃତ୍ୱଙ୍କ ବିଷୟରେ ଉଲ୍ଲେଖ କରି ସେ ନାରୀ ସଶକ୍ତିକରଣର ଏକ ନୂତନ ଚିତ୍ର ଉପସ୍ଥାପନ କରିଥିଲେ। ମାତୃ ବନ୍ଦନା ଯୋଜନା, ଉଜ୍ଜ୍ୱଳା ଓ ମୁଦ୍ରା ଯୋଜନା ଭଳି ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିଛି ବୋଲି ସେ ମତ ଦେଇଥିଲେ। ସେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଜନତାଙ୍କୁ ଏହି ବିଲକୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି। ସେହିପରି ଚଳିତ ପଶ୍ଚିମବଙ୍ଗ ନିର୍ବାଚନ ରେ ମହିଳା ଭୋଟର ର ସଂଖ୍ୟା ବେଶ ବଢିବ ବୋଲି ସେ ଗଭୀସାର ଆଶା ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande