ଚଣାବାହାଲରେ ବିଜେପିର ମିଶ୍ରଣ ପର୍ବ
ବଲାଙ୍ଗୀର, ୧୨ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଚଣାବାହାଲ ଠାରେ କଂଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ସୁଦକ୍ଷ ନେତୃତ୍ୱ ଓ ବଲାଙ୍ଗୀର ଜିଲ୍ଲା ଭାଜପା ସଭାପତି ଶ୍ରୀବତ୍ସ ବେହେରାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ
ଚଣାବାହାଲ ରେ ବିଜେପିର ମିଶ୍ରଣ ପର୍ବ


ବଲାଙ୍ଗୀର, ୧୨ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଚଣାବାହାଲ ଠାରେ କଂଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ସୁଦକ୍ଷ ନେତୃତ୍ୱ ଓ ବଲାଙ୍ଗୀର ଜିଲ୍ଲା ଭାଜପା ସଭାପତି ଶ୍ରୀବତ୍ସ ବେହେରାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନକଲ୍ୟାଣକାରୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନ୍ୟ ଦଳ ପରିତ୍ୟାଗ କରି ବ୍ଲକର ୬ଜଣ ସରପଂଚଙ୍କ ସମେତ ବହୁ ସଂଖ୍ୟାରେ ଯୁବକର୍ମୀ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ମାଳିଶିରା ସରପଂଚ ଦେବରାଜ ପାତ୍ର, ବାନ୍ଦୁପଲା ସରପଂଚ ପ୍ରିୟବ୍ରତ ପ୍ରଧାନୀ, ଡଙ୍ଗରପଡ଼ା ସରପଂଚ ରାମଦାସ ମହାକୁର, ଗୋଇମୁଣ୍ଡ ସରପଂଚ କାଳିଆ ସରାଫ, ଚଣାବାହାଲ ସରପଂଚ କୁନ୍ତୀ ମେହେର ଓ ଇଚ୍ଛାପଡ଼ା ସରପଂଚ ସୁବାସିନୀ ବେହେରାଙ୍କ ସହ ସରୋଜ ମେହେର, ଚିନ୍ତାମଣି ବେହେରାଙ୍କ ସମେତ ବହୁ ଯୁବକର୍ମୀ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ। ଏହି ମିଶ୍ରଣ ପର୍ବରେ ବିଧାୟକ ଓ ଜିଲ୍ଲା ସଭାପତିଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ ପୁରୁନ ବାଗ, ମୁରିବାହାଲ ବ୍ଲକ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ମୁରିବାହାଲ ମଣ୍ଡଳ ସଭାପତି ରାମୁ କୁମ୍ଭାର, ସମ୍ପାଦକ ନାରାୟଣ ସାହୁ, ଗାଁରେଇ ମଣ୍ଡଳ ସଭାପତି ପ୍ରଦୀପ ବଚ୍ଛା, ହଳଦୀ ମଣ୍ଡଳ ସଭାପତି ସୁବାଷ ପୋଢ଼, ମୁରିବାହାଲ ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି କୁଞ୍ଜବନ ମେହେର ପ୍ରମୁଖ ମଂଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ତଥା ମୁରିବାହାଲ ମଣ୍ଡଳ ଓବିସି ମୋର୍ଚ୍ଚା ସଭାପତି ହୃଦାନନ୍ଦ ବାଗ, ମୁରିବାହାଲ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ମନୋଜ ସାହୁ, ପୂର୍ବତନ ମୁରିବାହାଲ ମଣ୍ଡଳ ସଭାପତି ସୁରେଶ ଭୋଇ ପ୍ରମୁଖଙ୍କ ସହ ବହୁ ବିଜେପି କର୍ମକର୍ତା ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande