ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ବଲାଙ୍ଗୀର, ୧୨ ଏପ୍ରିଲ୍(ହି.ସ.) – ଓଡିଆ ପକ୍ଷ ପାଳନ ଅବସରରେ ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ବଙ୍ଗୋମୁଣ୍ଡା ଆନୁକୂଲ୍ୟରେ ‘ସ୍ୱେଚ୍ଛାକୃତ ରକ୍ତଦାନ ଶିବିର’ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ଶୋଭେନ୍ଦ୍ର କୁମାର ମେହେର ଉଦ୍ଘାଟନ କରି ସମସ୍ତ ଛାତ୍ରୀଛାତ୍ର, ଅଧ୍ୟାପକ, ଅଧ୍ୟାପିକା ତଥା ସ୍ୱେ
ସ୍ୱେଚ୍ଛାକୃତ ରକ୍ତଦାନ ଶିବିର


ବଲାଙ୍ଗୀର, ୧୨ ଏପ୍ରିଲ୍(ହି.ସ.) – ଓଡିଆ ପକ୍ଷ ପାଳନ ଅବସରରେ ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ବଙ୍ଗୋମୁଣ୍ଡା ଆନୁକୂଲ୍ୟରେ ‘ସ୍ୱେଚ୍ଛାକୃତ ରକ୍ତଦାନ ଶିବିର’ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ଶୋଭେନ୍ଦ୍ର କୁମାର ମେହେର ଉଦ୍ଘାଟନ କରି ସମସ୍ତ ଛାତ୍ରୀଛାତ୍ର, ଅଧ୍ୟାପକ, ଅଧ୍ୟାପିକା ତଥା ସ୍ୱେଚ୍ଛାସେବୀଙ୍କ ଉଦ୍ଦେଶ୍ୟରେ ରକ୍ତଦାନ ସମ୍ପର୍କରେ ମତାମତ ପ୍ରଦାନ କରିଥିଲେ। ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନା ପକ୍ଷରୁ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୨୨ ଜଣ ଛାତ୍ରୀଛାତ୍ର ତଥା ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ। ଟିଟିଲାଗଡ ଉପଖଣ୍ଡ ରକ୍ତ ଭଣ୍ଡାର କେନ୍ଦ୍ରର ଅଧିକାରୀ ଡକ୍ଟର ଓଁକାର ହୋତାଙ୍କ ତତ୍ୱାବଧାନରେ ଲେବ୍ରୋଟାରୀ ଟେକ୍ନିସିଆନ ଅଚ୍ୟୁତାନନ୍ଦ ମହାପାତ୍ର, ଆଟେଡ୍ୟାଂଟ ଜୟରାମ ମଚ୍ଛଖଣ୍ଡ ଓ ଡି.ଏମ୍. ଆସିସଟ୍ୟାଂଟ ଜିତେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଚୁଲେଶ୍ୱରୀ ସାହୁ, ରଂଜିତ ପଟ୍ଟନାୟକ,ସୁନୀଶ ପ୍ରଧାନୀ, ପ୍ରତ୍ୟୁଷ ରଂଜନ ବାଗ, ସନ୍ତୋଷ ପୁଞ୍ଜି,ଲୋକନାଥ ମେହେର,ଜଶଶ୍ରୀ ପୁଟେଲ, ରୀନା ପୁଟେଲ, ଦୀପା ଭୋଇ,ଲେଖୁପ୍ରସାଦ ବଚ୍ଛା, ରୋଷନ ବିଶି,ଭାଷ୍କର ମେହେର, ହସ୍ତିନୀ ସଗ୍ରୀଆ, ପୁଲକିତ ଭରାସଗ୍ରୀଆ, ସରୋଜ କୁମାର ମେହେର, ପିଙ୍କୁ ଛୁରା, ପ୍ରଭାସିନୀ ମେହେର, ବନିତା ସାହୁ, ମଧୁମିତା ମେହେର, ଅନ୍ୱେଷ କୁମାର ଖମାରୀ, କ୍ଷୀରସିନ୍ଧୁ ରଣା ଏବଂ ଆଲୋକ କୁମାର ରଥ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ସହକର୍ମୀ, ଛାତ୍ରୀଛାତ୍ର ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande