
ଜୟପୁର, 12 ଏପ୍ରିଲ୍ (ହି.ସ.)
ଆଜି ସ୍ଥାନୀୟ ବେଦିକା ଠାରେ ଜୟପୁର ଚାମ୍ବର ଅଫ କମର୍ସର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଞ୍ଜୟ କୁମାର ଜୈନ ମୋଟ ୬୧୦ ଭୋଟ୍ ପାଇ ଚମ୍ପିଆନ ହାସଲ କରିଛନ୍ତି। ନିର୍ଦ୍ଧେଶକ ପଦବୀ ନିମନ୍ତେ ଆୟୋଜିତ ଏହି ନିର୍ବାଚନ ପ୍ରକିୟା ଚାମ୍ବର ଅଫ କମର୍ସର ମୋଟ ସଦସ୍ୟ ୮୪୦ ଥିବାବେଳେ ସେଥି ମଧ୍ୟରୁ ୭୬୦ଜଣ ଭୋଟ ପ୍ରଦାନ କରିଥିଲେ ସେଥି ମଧ୍ୟରୁ ୪୦ଟି ଭୋଟ ନାକଚ ହୋଇଥିଲା। ନିର୍ବାଚନ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ନିର୍ବାଚନ ପ୍ରକିୟାରେ ମୋଟ ୩୬ଜଣ ପ୍ରତିଯୋଗୀ ନିର୍ବାଚନ ଲଢିଥିଲେ। ସେମାନଙ୍କ ମଧ୍ୟରୁ ଚାମ୍ବର ଅଫ କମର୍ସର ସଦସ୍ୟ ମାନେ ୨୧ ଜଣଙ୍କୁ ମନୋନିତ କରିଥିଲେ। ୨୧ ଜଣଙ୍କ ମଧ୍ୟରେ ସଞ୍ଜୟ କୁମାର ଜୈନ ୬୧୦ ଭୋଟ ପାଇଥିବା ବେଳେ ହିମାନୀ ଚୈତନ୍ୟ ୫୯୧,କେ.ଦିଲ୍ଲିପ ରେଡ୍ଡୀ ୫୮୩,କେ.ଦିନେଶ ସୁନକାରୀ ୫୭୬ ଭୋଟ,କେ.ରାମକ୍ରୀଷ୍ଣା ୫୫୭,ସତିଶ କୁମାର ପାତ୍ର ୫୫୫, ଏଶ୍ରୀନିବାସ ରାଓ ୫୫୧,ଭି.ପ୍ରଭାକର ୫୧୬,ଡି.ମାଧବ ୪୯୪,ବି.ସତିଶ କୁମାର ୪୯୦,ଗେମ୍ବଲି ବସନ୍ତ ରାଓ ୪୭୫,ସଞ୍ଜୟ କୁମାର ଜୈନ ୪୭୦,ସିଏଚ କିଶୋର କୁମାର ୪୬୨,କେଲା ଇଶ୍ବର ରାଓ ୪୬୦,ଲୋକନାଥ ପାତ୍ର ୪୫୯,ଅଙ୍କୁର ଶୋନି ୪୫୨,ମନୋଜ କୁମାର ସାହା ୪୪୩,ବିଭୁଦତ୍ତ ପାଢି ୪୦୪,ଚନ୍ଦ୍ରେଶ ରାଠୋର ୪୦୦, ବରୁଣ କୁମାର ଜୈନ ୩୯୧, ସୂର୍ଯ୍ୟନାରାୟଣ ପଟ୍ଟନାୟକ ୩୮୪ ଭୋଟ ପାଇ ନିର୍ଦ୍ଧେଶକ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ୨୧ଜଣ ନିର୍ଦ୍ଧେଶକଙ୍କ ମଧ୍ୟରେ ସଭାପତି ସ˚ପାଦକ ଚୟନ କରାଯିବ ବୋଲି ନିର୍ବାଚନ ଅଧିକାରୀ ରବି ଶଙ୍କର ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି