ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ
ସୁବର୍ଣ୍ଣପୁର, 12 ଏପ୍ରିଲ୍ (ହି.ସ.) ସୁବର୍ଣ୍ଣପୁର ଜିଲ୍ଲାର ଗାନ୍ଧୀ ଷ୍ଟାଡିଅମ, ସୋନପୁରରେ ସକାଳ ୮.୩୦ ରେ ଜିଲ୍ଲାସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ ୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ ହୋଇଅଛି। ପୂର୍ବରୁ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଉତ୍ତୀର୍ଣ ହୋଇ ଛାତ୍ରଛାତ୍ରୀ ମାନେ ଜିଲ୍ଲାସ୍ତରୀୟ ପ୍ରତିଯୋ
ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ


ସୁବର୍ଣ୍ଣପୁର, 12 ଏପ୍ରିଲ୍ (ହି.ସ.)

ସୁବର୍ଣ୍ଣପୁର ଜିଲ୍ଲାର ଗାନ୍ଧୀ ଷ୍ଟାଡିଅମ, ସୋନପୁରରେ ସକାଳ ୮.୩୦ ରେ ଜିଲ୍ଲାସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ ୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ ହୋଇଅଛି। ପୂର୍ବରୁ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଉତ୍ତୀର୍ଣ ହୋଇ ଛାତ୍ରଛାତ୍ରୀ ମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ତରଫରୁ ଜାରି ହୋଇଥିବା ନିର୍ଦେଶନାମା ଅନୁସାରେ ଜିଲ୍ଲା କ୍ରୀଡା ଓ ଯୁବ ସେବା ଅଧିକାରୀ ଚିତ୍ତରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଏ ସମସ୍ତ କାର୍ଯକ୍ରମ ପରିଚାଳିତ ହୋଇଥିଲା। ଏହି କାର୍ଯକ୍ରମରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଏବଂ ଅନ୍ୟ ଶାରୀରିକ ଶିକ୍ଷକ ମାନେ ଉପସ୍ଥିତ ଥିଲେ ଏବଂ କାର୍ଯକ୍ରମକୁ ସମ୍ପାଦନ କରିଥିଲେ। ଏହିପରି ଆସନ୍ତା ୧୬.୦୪.୨୦୨୬ରେ ‘ଖୋଖୋ’ ଏବଂ ୧୭.୦୪.୨୦୨୬ରେ ‘ଭଲିଭଲ’ ଖେଳ ପାଇଁ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମର ଦିନ ଧର୍ଯ୍ୟ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande