
ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.)- କେନ୍ଦ୍ର
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱରକୋକିଳା ଆଶା ଭୋସଲେଙ୍କ ଦେହାନ୍ତରେ ଗଭୀର ଶୋକ
ବ୍ୟକ୍ତ କରିଛନ୍ତି। ସେ ଏହାକୁ ସଙ୍ଗୀତ ଜଗତ ପାଇଁ ଏକ ଯୁଗର ଅନ୍ତ ବୋଲି ବର୍ଣ୍ଣନା କରି
କହିଛନ୍ତି ଯେ ତାଙ୍କର ସ୍ୱର ଏକ ସମ୍ପୂର୍ଣ୍ଣ ଯୁଗକୁ ପରିଭାଷିତ କରିଥିଲା ଏବଂ ଲକ୍ଷେ ଲକ୍ଷ
ଲୋକଙ୍କ ହୃଦୟକୁ ସ୍ପର୍ଶ କରିଥିଲା।
ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ସୋସିଆଲ ମିଡିଆ ବାର୍ତ୍ତାରେ କହିଛନ୍ତି
ଯେ ଆଶା ଭୋସଲେଙ୍କର ଭାରତୀୟ ସଂସ୍କୃତି ଓ କଳା ଜଗତରେ ଅବଦାନ ସର୍ବଦା ସମ୍ମାନ ଓ କୃତଜ୍ଞତା
ସହିତ ସ୍ମରଣୀୟ ରହିବ। ସେ ଦିବଙ୍ଗତ ଆତ୍ମାଙ୍କର ଶାନ୍ତି ପାଇଁ ପ୍ରାର୍ଥନା କରି ଶୋକାକୁଳ
ପରିବାର, ପ୍ରଶଂସକ ଓ ସମଗ୍ର
ସଙ୍ଗୀତ ଜଗତ ପ୍ରତି ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି।
ସେ କହିଛନ୍ତି ଯେ ଆଶା ଭୋସଲେଙ୍କ ଐତିହ୍ୟ ଭାରତୀୟ ସଙ୍ଗୀତରେ ସର୍ବଦା
ଅମର ରହିବ ଏବଂ ତାଙ୍କର ମଧୁର ସ୍ୱର ଆଗାମୀ ପିଢ଼ୀକୁ ନିରନ୍ତର ପ୍ରେରଣା ଦେଉଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା