ମାଆ ପେଣ୍ଡ୍ରାଣୀଙ୍କ ପୀଠରେ ତିନୋଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର, 12 ଏପ୍ରିଲ (ହି.ସ.) ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରବିବାର ଦିନ ଉମରକୋଟର ଆରାଧ୍ୟ ଦେବୀ ମାଆ ପେଣ୍ଡ୍ରାଣୀଙ୍କ ପୀଠରେ ତିନୋଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଗଣ୍ଡ ନିଜେ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ପ୍ରଥମଟି ନିର୍ମାଣ ହେବାକୁ ଯାଉଛି ଏକ ମିୟାୱିକି ପାର୍କ। ଯେଉଁଥିପାଇଁ ୪୨ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ଏହି ପାର୍କ ନିଶ୍ଚୟ ଆକର୍ଷଣର କେନ୍ଦ୍ର ସାଜିବ। ସେହିଭଳି ଏକ ଗୋଷ୍ଠୀ କେନ୍ଦ୍ରର ନିର୍ମାଣ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ୧୦ଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମାଣ ହେବ। ଏହା ସହିତ ୧୪ ଲକ୍ଷ ଟଙ୍କାର ଏକ ଶୌଚାଳୟ ମଧ୍ୟ ନିର୍ମାଣ ହେବାକୁ ଯାଉଛି। ଯାହା ସମସ୍ତଙ୍କୁ ସୁବିଧା ପ୍ରଦାନ କରିବ। ଏହିଭଳି ଭାବରେ ଆଜି ମାଆ ପେଣ୍ଡ୍ରାଣୀଙ୍କ ପୀଠ ପାଇଁ ୬୬ ଲକ୍ଷ ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି ଅବସରରେ ଶ୍ରୀ ଗଣ୍ଡ ମାଆଙ୍କ ଦର୍ଶନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

 rajesh pande