ହିଞ୍ଜିଳି ଥାନା ଅଧିକାରୀ ସମ୍ମାନିତ
ଗଞ୍ଜାମ, ୧୨ ଏପ୍ରିଲ୍ (ହି.ସ.)- ଗତ ଫେବୃଆରୀ ମାସରେ ଗଞ୍ଜାମ ଜିଲ୍ଲାର ୨୬ଟି ଥାନା ମଧ୍ୟରେ ସାଇବର ସୁରକ୍ଷା ସଚେତନତା ତଥା ସାଇବର୍ କବଚରେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଲୋକଙ୍କୁ ଠକୁଥିବା ନଅ ଅପରାଧୀଙ୍କୁ ଧରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କ ୩୫ ଲକ୍ଷ ଟଙ୍କାର ଆକା
ହିଞ୍ଜିଳି ଥାନା ଅଧିକାରୀ ସମ୍ମାନିତ


ଗଞ୍ଜାମ, ୧୨ ଏପ୍ରିଲ୍ (ହି.ସ.)- ଗତ ଫେବୃଆରୀ ମାସରେ ଗଞ୍ଜାମ ଜିଲ୍ଲାର ୨୬ଟି ଥାନା ମଧ୍ୟରେ ସାଇବର ସୁରକ୍ଷା ସଚେତନତା ତଥା ସାଇବର୍ କବଚରେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଲୋକଙ୍କୁ ଠକୁଥିବା ନଅ ଅପରାଧୀଙ୍କୁ ଧରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କ ୩୫ ଲକ୍ଷ ଟଙ୍କାର ଆକାଉଣ୍ଟ କୁ ଜବତ କରିବା, ଅଧିକରୁ ଅଧିକ ତଦନ୍ତ ଜାରି ରଖିବା ଓ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କୁ ସମ୍ମାନିତ କରାଯାଇଛି। ଆଜି ଗଞ୍ଜାମ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ସାଇବର ଅପରାଧ ବୃଦ୍ଧି ପାଉଥିବା ପରିପ୍ରେକ୍ଷିରେ ହିଞ୍ଜିଳି ଥାନା ପକ୍ଷରୁ ବିଭିନ୍ନ ସ୍କୁଲ, କଲେଜ ଓ ଗ୍ରାମଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଲୋକମାନଙ୍କୁ ଅନଲାଇନ ଠକେଇ, ଓଟିପି ଠକେଇ, ଭୁଆ ଲିଙ୍କ ଓ ସୋସିଆଲ ମିଡିଆ ଦୁରୁପଯୋଗ ସମ୍ପର୍କରେ ସଚେତନ କରାଯାଇଥିଲା। ଏହା ଫଳରେ ଅନେକ ଲୋକ ସାଇବର ଠକେଇରୁ ସୁରକ୍ଷିତ ରହିପାରିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହି ସଫଳତା ପାଇଁ ହିଞ୍ଜିଳି ଥାନା ଅଧିକାରୀ ଓ କର୍ମଚାରୀଙ୍କ ଉଦ୍ୟମକୁ ଏସପି ପ୍ରଶଂସା କରିଥିଲେ। ଆଗାମୀ ଦିନରେ ମଧ୍ୟ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande