ବଲାଙ୍ଗୀରରେ ବନ୍ଦନୀୟ ବରପୁତ୍ରଙ୍କ ସ୍ମୃତିଚାରଣ ଓ କବିତା ପାଠୋତ୍ସବ
ବଲାଙ୍ଗୀର, ୧୨ ଏପ୍ରିଲ୍(ହି.ସ.) – ଦିବଂଗତ ବନ୍ଦନୀୟ ବରପୁତ୍ରମାନଙ୍କର କର୍ମ ଓ ସାମର୍ଥ୍ୟ ଆମ ସମୃଦ୍ଧ ଐତିହ୍ୟର ପରିଚୟ । ସେମାନଙ୍କ ପ୍ରଦର୍ଶିତ ମାର୍ଗରେ ଆମେ ଓ ଆମର ଉତରପିଢି ଆଗକୁ ବଢିଲେ, ଜାତି ପ୍ରତି କର୍ତବ୍ୟକୁ ପୂରଣ କରିପାରିବୁ। ଭାଷା, ସାହିତ୍ୟ ଓ ଇତିହାସକୁ ନେଇ ଗର୍ବ କରିବା ଆବଶ୍ୟକ ବୋଲି
ବଲାଙ୍ଗୀର ରେ  ବନ୍ଦନୀୟ ବରପୁତ୍ରଙ୍କ ସ୍ମୃତିଚାରଣ ଓ କବିତା ପାଠୋତ୍ସବ


ବଲାଙ୍ଗୀର ରେ  ବନ୍ଦନୀୟ ବରପୁତ୍ରଙ୍କ ସ୍ମୃତିଚାରଣ ଓ କବିତା ପାଠୋତ୍ସବ


ବଲାଙ୍ଗୀର ରେ  ବନ୍ଦନୀୟ ବରପୁତ୍ରଙ୍କ ସ୍ମୃତିଚାରଣ ଓ କବିତା ପାଠୋତ୍ସବ


ବଲାଙ୍ଗୀର, ୧୨ ଏପ୍ରିଲ୍(ହି.ସ.) – ଦିବଂଗତ ବନ୍ଦନୀୟ ବରପୁତ୍ରମାନଙ୍କର କର୍ମ ଓ ସାମର୍ଥ୍ୟ ଆମ ସମୃଦ୍ଧ ଐତିହ୍ୟର ପରିଚୟ । ସେମାନଙ୍କ ପ୍ରଦର୍ଶିତ ମାର୍ଗରେ ଆମେ ଓ ଆମର ଉତରପିଢି ଆଗକୁ ବଢିଲେ, ଜାତି ପ୍ରତି କର୍ତବ୍ୟକୁ ପୂରଣ କରିପାରିବୁ। ଭାଷା, ସାହିତ୍ୟ ଓ ଇତିହାସକୁ ନେଇ ଗର୍ବ କରିବା ଆବଶ୍ୟକ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଗାଳ୍ପିକା ଶ୍ରୀମତୀ ଗାୟତ୍ରୀ ସରାଫ କହିଛନ୍ତି। ଓଡ଼ିଆ ପକ୍ଷ ପାଳନ ଅବସରରେ, ଆଜି ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ସାହିତ୍ୟ ଏକାଡେମୀର ଆୟୋଜନରେ ବଲାଙ୍ଗୀର ସଂସ୍କୃତି ଭବନରେ ବନ୍ଦନୀୟ ବରପୁତ୍ରଙ୍କ ସ୍ମୃତିଚାରଣ ଓ କବି ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପରୋକ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ। ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମର ଆରମ୍ଭରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରାଜେନ୍ଦ୍ର ମାଝୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ମଂଚାସୀନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଡା. ଜ୍ୟୋତିର୍ମୟୀ ସାହୁ, ଡା. ସଂଜୟ କୁମାର ମିଶ୍ର ଓ ଅଧ୍ୟାପକ ସନ୍ଦୀପ କୁମାର କୁଅଁର ପ୍ରମୁଖ ମଂଚାସୀନ ହୋଇଥିଲେ। ବନ୍ଦନୀୟ ବରପୁତ୍ରମାନଙ୍କ କ୍ରମରେ ବଲାଙ୍ଗୀରର ଦିବଂଗତ ପାଟଣା ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ, ସାରସ୍ୱତ ସାଧକ ସନ୍ଥ ଚୈତନ୍ୟ ଦାସ, ବେଦବିଦ୍ୱାନ ବ୍ରଜବିହାରୀ, ବିଧୁଭୂଷଣ ଗୁରୁ, ସ୍ୱାଧୀନତା ସଂଗ୍ରାମୀ ନରସିଂହ ପ୍ରସାଦ ନନ୍ଦ, ଚିତ୍ରଶିଳ୍ପୀ ଛନ୍ଦାଚରଣ ଆଚାର୍ଯ୍ୟ, ନାଟ୍ୟକାର ଉଦୟନାଥ ଚନ୍ଦନ, ସମ୍ବିଧାନ ସଭା ସଦସ୍ୟ ଯୁଧିଷ୍ଠିର ମିଶ୍ର, ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ, ଗାଳ୍ପିକ ଗଗନ ସ୍ୱାଇଁ ଓ ଗାଳ୍ପିକ ମନୋଜ କୁମାର ପଣ୍ଡାଙ୍କ ସାରସ୍ୱତ କୃତି ଓ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଡ଼. ଗୋବର୍ଦ୍ଧନ ନାୟକ, ଅଧ୍ୟାପକ ସନ୍ଦୀପ କୁମାର କୁଅଁର, ସାମ୍ବାଦିକ ବୀରେନ୍ଦ୍ର କୁମାର ଝାଙ୍କର, ଅଧ୍ୟାପକ ଜୟକୁମାର ଆଚାର୍ଯ୍ୟ, ଗାଳ୍ପିକ ଆଶିଷ କୁମାର ଚନ୍ଦନ, ଆଇନଜୀବୀ ଜୟକୃଷ୍ଣ ସାହୁ, କବି ଡ଼. ସଂଜୟ କୁମାର ମିଶ୍ର, ଡ଼. ଅଶ୍ୱିନୀ କୁମାର ରଥ, କବି ଭାଗୀରଥି ମିଶ୍ର ଓ କବି ଆନନ୍ଦ ଚନ୍ଦ୍ର ସାହୁ। ପରେ ଏକ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କବି ରାଜୀବ ଲୋଚନ ଆଚାର୍ଯ୍ୟ, କବି ରତ୍ନମୟ ତ୍ରିପାଠୀ ଓ କବୟିତ୍ରୀ ଚୁମକି ଦାଶଙ୍କ ମନୋଜ୍ଞ ସଂଯୋଜନାରେ, ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଅର୍ଦ୍ଧଶତାଧିକ ନିମନ୍ତ୍ରିତ କବି ଓ କବୟିତ୍ରୀମାନେ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ସନ୍ଦୀପ କୁମାର କୁଅଁର ଧନ୍ୟବାଦ ଜଣାଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande