
କେନ୍ଦ୍ରାପଡ଼ା, ୧୨ ଏପ୍ରିଲ୍(ହି.ସ.) – ନିଖିଳ ଓଡିଶା ନାଇଟ ୱାଚମ୍ୟାନ୍ ଓ ହାଉସ୍କିପିଙ୍ଗ କର୍ମଚାରୀ ସଂଘର ଏକ ବୈଠକ ଜିଲ୍ଲା ସଭାପତି ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। କର୍ମଚାରୀଙ୍କ ବକେୟା ଦରମା, ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ କରାଯିବା, ମାସକୁ ୨୬ ହଜାର ଟଙ୍କା ଦରମା ବୃଦ୍ଧି କରାଯିବା, ଦେହ ଖରାପ ହେଲେ ଛୁଟି ଦେବାର ବ୍ୟବସ୍ଥା କରାଯିବା, ଆକାଉଂଟକୁ ଦରମା ପ୍ରଦାନ କରାଯିବା, ଅବସରସୀମା ୬୫ ବର୍ଷକୁ ବୃଦ୍ଧି କରାଯିବା ଆଦି ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନା ସମୟରେ କୋଷାଧ୍ୟକ୍ଷ ଶୁଶାନ୍ତ କୁମାର ନାୟକ, ଆଳି ବ୍ଲକ ସଭାପତି ଶିବ ପ୍ରସାଦ ସାହୁ, ମହାକାଳପଡ଼ାର ନମିତା ନାଥ ଶର୍ମାଙ୍କ ସମେତ ତ୍ରୈଲୋକ୍ୟ ମଲ୍ଲିକ, ସଦାନନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି