

ଜୟପୁର,
୧୨ ଏପ୍ରିଲ୍ (ହି.ସ.)-
ରୋଟାରୀ କ୍ଲବ ଜୟପୁର ପ୍ରାଇଡର କାର୍ଯ୍ୟ।ଳୟ ପରିଦର୍ଶନ କାର୍ଯ୍ୟକ୍ରମ ସହ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ରୋଟାରୀ ଜିଲା ଗଭର୍ଣ୍ଣର ମନୋଜ କୁମାର ତ୍ରିପାଠୀ ପରିଦର୍ଶନ କରିଥିଲେ । ଏନେଇ ଜୟପୁର ବେଲ ରୋଡ ସ୍ଥିତ ଏକ ହୋଟଲରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ରୋଟାରୀ ପ୍ରତିଷ୍ଠାତା ସ୍ୱର୍ଗତ ପଲ୍ ହରିଶଙ୍କରଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିବା ପରେ ଜଗନ୍ନାଥଙ୍କ ନିକଟରେ ଦ୍ୱିପ ପ୍ରଜଳ୍ୱନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଏହି ସଭାରେ ରୋଟାରି କ୍ଲବ ଜୟପୁର ପ୍ରାଇଡର ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ପ୍ରଥମ ମହିଳା ରୋଟାରିଆନ ମଧୁସ୍ମିତା ତ୍ରିପାଠୀ, ରୋଟାରିୟାନ ଜୋନାଲ ଚେୟାର ରାମ ନାଥ ସାହୁ, ସହକାରୀ ଗଭଣ୍ଣର କିଶୋର ଚୌଧୁରି, ସମ୍ପାଦକ ରବି ନାରାୟଣ ନନ୍ଦ. ରୋଟାରିଆନ ଜି. ଭି ରାଓ ମଞ୍ଚାସିନ ଥିଲେ । ରୋଟାରିଆନ ବର୍ଷା ବଣ୍ଣାଳୀ ମଞ୍ଚ ପରିଚାଳନା କରିଥିଲେ । ଜାତୀୟ ସଂଙ୍ଗିତ କାଯ୍ୟକ୍ରମ ସହ କୁମାରୀ ହର୍ଷିତା ପଟ୍ଟନାୟକ ମଞ୍ଚରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସମ୍ପାଦକ ରବି ନନ୍ଦ ୨୦୨୫-୨୭ ର ସମାଜିକ ଓ ଜନସେବା ମୁଳକ କାର୍ଯ୍ୟକ୍ରମର ବିବରଣି ପଠନ କରିଥିଲେ । ଓ ପାୱାର ପଏଣ୍ଟର ପ୍ରଦର୍ଶନ କରାଯାଇଥିଲା । ଏଠାରେ ଜିଲା ଗଭର୍ଣ୍ଣର ମନୋଜ ତ୍ରିପାଠୀଙ୍କ ଦ୍ୱାରା ୭ ଜଣ ନୂତନ ସଭ୍ୟଙ୍କର ଗ୍ରହଣ ରୋଟାରୀ ପିନ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉତ୍ତମ ସ୍ୱସ୍ଥ୍ୟ ସେବା, ଡାକ ସେବା, ପରିମଳ ସେବା ତଥା ଟ୍ରାଫିକ ସେବା ସକାଶେ ସେବା ପ୍ରଦାନକାରୀ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପ ଢୌକନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲା ଗଭଣ୍ଣର ମନୋଜ ତ୍ରିପାଠୀ ରୋଟାରୀ ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲୋ ରୋଟାରୀରେ ନୂତନ ସଭ୍ୟ ସଭ୍ୟାଙ୍କୁ ଯୋଗଦାନ ପୂର୍ବକ ରୋଟାରିର ଜନସେବାକୁ ଆଗାମି ଦିନରେ ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରିୟାନ ରତ୍ନାକର ଚୌଧୁରି, ସଞ୍ଜିବ ମିଶ୍ର, ସି. ସାବିତ୍ରି, କିରଣ ବାଳା ଶତପଥୀ, ନରେଶ ମହାକୁଳ, କାଳୁ ରାମ ପଣ୍ଡା, ପ୍ରଦୀପ କୁମାର ସାହୁ, ଜ୍ୟୋତି ପ୍ରକାଶ ଭୋଇ, ଦିନେଶ ପାତ୍ର, ଭି ହରି ପ୍ରସାଦ, ଜୟେଶ ରାଠୋଡ୍, ଭି ସନାତନ,ମୁରଲି ଧର ସାବତ, ଅନ୍ୟ ରୋଟାରି କ୍ସବର ସଭାପତି ଅମର ବୁଧଓା ଓ ନାରାୟଣ ନିଶଙ୍କ ତଥା ପ୍ରତିଷ୍ଠାତା ସଭାପତି ପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ରୋଟାରିୟାନ ରାମହରି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ରୋଟାରୀ କ୍ଲବ ଜୟପୁର ପ୍ରାଇଡର ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଛି । ଜୟପୁର ଏନକେଟି ରୋଡ ସ୍ଥିତ ବସବି ଭବନ ଠାରେ ଅନୁଷ୍ଠିତ ହୋଇଛି । ଆର୍ଯ୍ୟବୈଶ୍ୟ ସଂଘର ସହାୟତାରେ ଅନୁଷ୍ଠିତ ହୋଇଛି । ଏହି ଉଦଘାଟନି ଉତ୍ସବରେ ରୋଟାରି କ୍ଲବ ଜୟପୁର ପ୍ରାଇଡର ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ରବି ନନ୍ଦ, ଜୋନାଲ ଚେୟାର ରାମ ନାଥ ସାହୁ, ପ୍ରାକ୍ତନ ସଭାପତି ରାମ ହରି ପଣ୍ଡା, ସମ୍ପାଦକ କୁଳୁ ରାମ ପଣ୍ଡା, ରୋଟାରିୟାନ ଜି.ଭି.ରାଓ ରତ୍ନାକର ଚୈଧୁରି, ମୁରଲି ଧର ସାବତ, ସଞ୍ଜିବ ମିଶ୍ର, ନରେଶ ମହାକୁଳ, କେ ରାମ କ୍ରିଷ୍ଣା, ରାଭା ରାମ କ୍ରିଷ୍ଣା, ଅମର ବୁଧୱା,ପ୍ରଦିପ କୁମାର ସାହୁ ପ୍ରମୁଖ ଯୋଗଦାନ କରି ରକ୍ତ ସଂଗ୍ରହ କରିବାରେ ସହାୟତା କରିଥିଲେ । ଓଡିଶା ରକ୍ତ କେନ୍ଦ୍ର ଜୟପୁର ଶାଖାର ଡାକ୍ତର ଅର୍ପିତ ପାଢୀ ଓ ରକ୍ତ କେନ୍ଦ୍ରର କର୍ମଚାରିଙ୍କ ସହାୟତାରେ ରକ୍ତପରୀକ୍ଷା ୪୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି