
ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.)- ଆଶା ଭୋସ୍ଲେଙ୍କ ବିୟୋଗରେ ରାଜ୍ୟପାଳ ଡ.ହରିବାବୁ
କମ୍ଭମପତି ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ,
ସ୍ୱରର ଅମୂଲ୍ୟ ଐତିହ୍ୟ ଓ ସ୍ୱରକୋକିଳା ଆଶା ଭୋସଲେ ଜୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କର
ମଧୁର ସ୍ୱର ଦ୍ୱାରା ସେ ସଙ୍ଗୀତ ଜଗତକୁ ସମୃଦ୍ଧ କରିଥିଲେ ଏବଂ କୋଟି କୋଟି ହୃଦୟରେ ଅଲିଭା ଛାପ
ଛାଡ଼ି ଯାଇଛନ୍ତି। ତାଙ୍କର ସ୍ୱର ସର୍ବଦା ଆମ ମଧ୍ୟରେ ଜୀବନ୍ତ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା