
ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.)- ଆଶା ଭୋସ୍ଲେଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ
ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ପ୍ରସିଦ୍ଧ
ବଲିଉଡ୍ ପ୍ଲେ ବ୍ୟାକ୍ ଗାୟିକା ଆଶା ଭୋସଲେଙ୍କ ଦେହାନ୍ତ ସମ୍ବାଦ ଶୁଣି ମୁଁ ଗଭୀର ଦୁଃଖିତ।
ତାଙ୍କର ମଧୁର ସ୍ୱର ପିଢ଼ୀ ପରମ୍ପରାର ସଙ୍ଗୀତପ୍ରେମୀମାନଙ୍କୁ ମୋହିତ
କରିଥିଲା ଏବଂ ଭାରତୀୟ ସଙ୍ଗୀତରେ ସେ ଛାଡ଼ିଯାଇଥିବା ଗୌରବମୟ ଐତିହ୍ୟ ପିଢ଼ି ପରେ ପିଢ଼ି ପାଇଁ
ସ୍ମରଣୀୟ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା