
ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.)-ଭୁବନେଶ୍ୱର ଲୋୟର
ପିଏମଜିରେ ସଂସ୍କୃତି ଓ କଳା ପରିଷଦର ବିକ୍ଷୋଭ। ଶହ ଶହ ସଂଖ୍ୟାରେ ସଂକୀର୍ତ୍ତନ ମଣ୍ଡଳୀ ପ୍ରତିବାଦ
କରୁଛନ୍ତି । ବିଜେଡି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଦ୍ଵାରା ଦିଆ ଯାଇଥିବା
ଅଶାଳୀନ ମନ୍ତବ୍ୟ ବିରୋଧରେ ଏହି ପ୍ରତିବାଦ କରାଯାଇଛି । ବରିଷ୍ଠ ନେତା ପ୍ରଭାତ ରଞ୍ଜନ
ବିଶ୍ୱାଳଙ୍କୁ କହିଥିବା ଶବ୍ଦକୁ ନିନ୍ଦା କରିଛି ପରିଷଦ ।
ସଂକୀର୍ତ୍ତନ ମଣ୍ଡଳୀଙ୍କୁ ନେଇ ତାଙ୍କ ପ୍ରତିକ୍ରିୟାରୁ ସମସ୍ତ
ସଂକୀର୍ତ୍ତନ ମଣ୍ଡଳୀ ଙ୍କ ଆଘାତ ଲାଗିଥିବାରୁ ସେ କ୍ଷମା ପ୍ରାର୍ଥନା ଦାବିରେ ଏହି ପ୍ରତିବାଦ
କରାଯାଇଛି । ପୂର୍ବରୁ ମଧ୍ୟ ପରିଷଦ ପକ୍ଷରୁ ଦୁଇ ଥର କ୍ଷମା ମାଗିବା ପାଇଁ ପରିଷଦ
ଲେଖାଶ୍ରୀଙ୍କୁ କହିଥିବା ବେଳେ ସେ ଏ ପର୍ଯ୍ୟନ୍ତ କ୍ଷମା ମାଗିନଥିବାରୁ ଆଜି ଲୋୟର ପିଏମଜିରେ
ସଂକୀର୍ତ୍ତନ କରି ପୁଣି ଏହି ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା