ଝାରସୁଗୁଡ଼ାରେ ମା'ର ଟାଙ୍ଗିଆ ଚୋଟରେ ଗଲା ପୁଅଝିଅଙ୍କ ଜୀବନ, ମା'ର ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.)- ଝାରସୁଗୁଡାରେ ଅଭାବନୀୟ ଘଟଣା । ମା’ର ଟାଙ୍ଗିଆ ଚୋଟରେ ଚାଲିଗଲା ପୁଅ ଓ ଝିଅଙ୍କ ଜୀବନ। ବିମାନବନ୍ଦର ଥାନା ଅନ୍ତର୍ଗତ ଟାଙ୍ଗରପାଲି ଗାଁରେ ରଞ୍ଜିତା ଓରାମ ନାମକ ଜଣେ ମହିଳା ତାଙ୍କ ପୁଅ ଓ ଝିଅଙ୍କୁ ହାଣି ପକାଇଛନ୍ତି। ଏଥିରେ ଉଭୟଙ୍କର ମୃତ୍ୟୁ
ଝାରସୁଗୁଡ଼ାରେ ମା'ର ଟାଙ୍ଗିଆ ଚୋଟରେ ଗଲା ପୁଅଝିଅଙ୍କ ଜୀବନ, ମା'ର ଆତ୍ମହତ୍ୟା     ଉଦ୍ୟମ


ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.)- ଝାରସୁଗୁଡାରେ ଅଭାବନୀୟ ଘଟଣା । ମା’ର ଟାଙ୍ଗିଆ ଚୋଟରେ

ଚାଲିଗଲା ପୁଅ ଓ ଝିଅଙ୍କ ଜୀବନ। ବିମାନବନ୍ଦର ଥାନା ଅନ୍ତର୍ଗତ ଟାଙ୍ଗରପାଲି ଗାଁରେ ରଞ୍ଜିତା

ଓରାମ ନାମକ ଜଣେ ମହିଳା ତାଙ୍କ ପୁଅ ଓ ଝିଅଙ୍କୁ ହାଣି ପକାଇଛନ୍ତି। ଏଥିରେ ଉଭୟଙ୍କର ମୃତ୍ୟୁ

ହୋଇଛି। ଅଭିଯୁକ୍ତ ମାଆ ମଧ୍ୟ ଜୀବନ ହାରିବା ପାଇଁ ଉଦ୍ୟମ କରିଛି।

ଘଟଣାଟି ଶନିବାର ବିଳମ୍ବିତ ରାତିରେ ଘଟିଛି । ପରିବାରର ସମସ୍ତେ

ଶୋଇଥିବା ବେଳେ ସ୍ବାମୀ ବାହାରକୁ ଯାଇଥିଲେ। ଏହି ସମୟରେ ରଞ୍ଜିତା ନିଜ ଘରର କବାଟ ଭିତର ପଟୁ

ବନ୍ଦ କରି ପିଲାଙ୍କୁ ଟାଙ୍ଗିଆରେ ହାଣି ପକାଇଥିଲେ। ଏହା ପରେ ସେ ନିଜେ ଜୀବନ ହାରିବା ପାଇଁ

ଉଦ୍ୟମ କରିଥିଲେ। ତାଙ୍କ ସ୍ବାମୀ ପଡ଼ୋଶୀଙ୍କ ସହାୟତାରେ ଝରକା ଭାଙ୍ଗି ଉଦ୍ଧାର କରି ପୋଲିସର

ଜିମା ଦେଇଥିଲେ।

ଗୁରୁତର ଅବସ୍ଥାରେ ରଞ୍ଜିତାଙ୍କୁ ପ୍ରଥମେ ଝାରସୁଗୁଡା ଜିଲ୍ଲା ମୁଖ୍ୟ

ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି।

ପେଲିସ ମାମଲାର ଛାନଭିନ କରୁଛି । ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande