ଓଡ଼ିଶା ଜନତା କଂଗ୍ରେସର ନୂଆ ରାଜନୈତିକ ଦଳର କାର୍ଯ୍ୟାଳୟ ଉଦଘାଟିତ
ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.)-ଓଡ଼ିଶା ଜନତା କଂଗ୍ରେସର ନୂଆ ରାଜନୈତିକ ଦଳର କାର୍ଯ୍ୟାଳୟ ଉଦ୍ଘାଟନ ହୋଇଛି। ଆସନ୍ତା 15 ତାରିଖରେ ଭୁବନେଶ୍ଵର ପ୍ରଦର୍ଶନୀ ପଡ଼ିଆରେ ଦଳର ମୂଳଦୁଆ ପଡ଼ିବ। ଆଜି ଦଳର ମୁଖ୍ୟ ମହମ୍ମଦ ମୋକିମ୍ ପାର୍ଟି କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତ
ଓଡ଼ିଶା ଜନତା କଂଗ୍ରେସର ନୂଆ ରାଜନୈତିକ ଦଳର କାର୍ଯ୍ୟାଳୟ ଉଦଘାଟିତ


ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.)-ଓଡ଼ିଶା ଜନତା

କଂଗ୍ରେସର ନୂଆ ରାଜନୈତିକ ଦଳର କାର୍ଯ୍ୟାଳୟ ଉଦ୍ଘାଟନ ହୋଇଛି। ଆସନ୍ତା 15 ତାରିଖରେ ଭୁବନେଶ୍ଵର

ପ୍ରଦର୍ଶନୀ ପଡ଼ିଆରେ ଦଳର ମୂଳଦୁଆ ପଡ଼ିବ। ଆଜି ଦଳର ମୁଖ୍ୟ ମହମ୍ମଦ ମୋକିମ୍ ପାର୍ଟି କାର୍ଯ୍ୟାଳୟକୁ

ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

ଏହି ଅବସରରୋ ଓଜେସିବିଜେପିର ବି ଟିମ୍ କଥାକୁ ଖଣ୍ଡନ

କରିଥିଲେ ମୁକିମ୍। କଂଗ୍ରେସ ଯାହା ଅଭିଯୋଗ କରୁଛି ତାହା ମିଛ। କଂଗ୍ରେସ କଣ କରୁଛି ତାହା ଗତ

ରାଜ୍ୟ ସଭା ନିର୍ବାଚନରେ ପ୍ରମାଣିତ ହୋଇଛି। କଂଗ୍ରେସ ଜଣେ ବାହାର ଲୋକଙ୍କୁ ବିଜେଡି କଥାରେ

ସମର୍ଥନ କଲା। ନିଜ ଦଳର ବିଧାୟକଙ୍କୁ ନିଲମ୍ବନ କଲା। ବର୍ତ୍ତମାନ ମୋ ଝିଅ କଂଗ୍ରେସରେ ଅଛି।

କଟକବାସୀଙ୍କ ସେବା କରିବା ପାଇଁ ଠିକଣା ସମୟରେ ଠିକ୍ ନିଷ୍ପତି ନେବେ ବିଧାୟିକା ସୋଫିଆ ଫିର୍ଦୋଷ

ବୋଲି ଓଜେସିର ମୁଖ୍ୟ ମହମ୍ମଦ ମୋକିମ କହିଛନ୍ତି ।

ସେ କହିଛନ୍ତି ଯେ, ଆମର 15ଟି ଜିଲ୍ଲାରେ କାର୍ଯ୍ୟକ୍ରମ କରିସାରିଛୁ।

ଆମର ସଦସ୍ୟତା ଗ୍ରହଣ ଚାଲିଛି। ଆଗକୁ ପୌର ନିର୍ବାଚନ ଏଵଂ ପଞ୍ଚାୟତ ନିର୍ବାଚନରେ ଆମେ ଭାଗ

ନେବୁ। ଓଜେସିଓଡ଼ିଶାରେ ଏକ

ରାଜନୈତିକ ବିକଳ୍ପ ହୋଇ ଛିଡ଼ା ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande