ଭୁଲ ଇଞ୍ଜେକ୍ସନ ଯୋଗୁ ନାବାଳକର ମୃତ୍ୟୁ ମେଡିକାଲରେ ହୋହାହ୍ଲା
ପୁରୀ, ୧୨ ଏପ୍ରିଲ୍ (ହି.ସ.) - ଚିକିତ୍ସା ଅବହେଳାରୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଶିଶୁପୁତ୍ରର ମୃତ୍ୟୁ ନେଇ ଉତେଜନା ସୃଷ୍ଟି ହୋଇଥିଲା । ପୁରୀ ଘୋଡ଼ାବଜାରର ପି.ନରସେୟାଙ୍କ ପୁତ୍ର ପି. ଗୌତମଙ୍କ ଦେହ ଅସୁସ୍ଥ ଯୋଗୁଁ ରବିବାର ସଦର ମୁଖ୍ୟ ଚିକିର୍ସାଳୟରେ ଭର୍ତି ହୋଇଥିଲା । ଡାକ୍ତରଙ୍କ ଭୁଲ ଇଞ୍ଜେକ
ଭୁଲ ଇଞ୍ଜେକ୍ସନ ଯୋଗୁ ନାବାଳକର ମୃତ୍ୟୁ ମେଡିକାଲରେ ହୋହାହ୍ଲା


ପୁରୀ, ୧୨ ଏପ୍ରିଲ୍ (ହି.ସ.) - ଚିକିତ୍ସା ଅବହେଳାରୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଶିଶୁପୁତ୍ରର ମୃତ୍ୟୁ ନେଇ ଉତେଜନା ସୃଷ୍ଟି ହୋଇଥିଲା । ପୁରୀ ଘୋଡ଼ାବଜାରର ପି.ନରସେୟାଙ୍କ ପୁତ୍ର ପି. ଗୌତମଙ୍କ ଦେହ ଅସୁସ୍ଥ ଯୋଗୁଁ ରବିବାର ସଦର ମୁଖ୍ୟ ଚିକିର୍ସାଳୟରେ ଭର୍ତି ହୋଇଥିଲା । ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଶିଶୁ ପୁତ୍ରର ମୃତ୍ୟୁ ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଶିଶୁପୁତ୍ରକୁ ଥାଲସେମିଆ ଓ ୟୁରିନ ଜନିତ ସମସ୍ୟା ଯୋଗୁଁ ରବିବାର ସକାଳୁ ପରିବାର ଲୋକେ ପୁରୀ ସଦର ମୁଖ୍ୟ ଚିକିର୍ସାଳୟକୁ ଆଣିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ଶିଶୁପୁତ୍ରକୁ ଚିକିତ୍ସାରେ ବିଳମ୍ବ କରିଥିବା ଅଭିଯୋଗ ହୋଇଥିଲା । ଇଞ୍ଜେକ୍ସନ ଦେବା ପରେ ଶିଶୁପୁତ୍ରର ଦେହ ଅଧିକ ଖରାପ ହୋଇ ମୃତ୍ୟୁବରଣ କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଚିକିତ୍ସା ଅବହେଳାରୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ପରିବାର ସଦସ୍ୟ କହିବା ସହ ଏକ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବରପାଇ ସିଟିଡ଼ିଏସପି, ଟାଉନଥାନା ଅଧିକାରୀ, କୁମ୍ଭାରପଡା ଥାନା ଅଧିକାରୀ ପହଂଚି ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ। ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଦାଇତ୍ୱରେ ଥିବା ଅଧିକାରୀ କହିଛନ୍ତି ଚିକିତ୍ସାରେ ଅବହେଳା ହୋଇନାହିଁ । ପରିବାର ଲୋକ ଅଭିଯୋଗ କରିବାରୁ ପୋଲିସ ତଦନ୍ତ କରୁଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande