ଝାଡେଶ୍ଵର ମଣ୍ଡଳ ଭାଜପା କାର୍ଯ୍ୟକାରିଣୀ ଘୋଷିତ
ଝାରସୁଗୁଡ଼ା, ୧୩ ଏପ୍ରିଲ୍ (ହି.ସ.)- ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଝାରସୁଗୁଡ଼ା ସହରର ଝାଡେଶ୍ୱର ମଣ୍ଡଳ ପାଇଁ ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ବଡ଼ମାଳସ୍ଥିତ ଜିଲ୍ଲା ଭାଜପା କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡା ଓ ସାଧାରଣ ସମ୍ପାଦକ ପ୍ରେମସ
ଝାଡେଶ୍ଵର ମଣ୍ଡଳ ଭାଜପା କାର୍ଯ୍ୟକାରିଣୀ ଘୋଷିତ


ଝାରସୁଗୁଡ଼ା, ୧୩ ଏପ୍ରିଲ୍ (ହି.ସ.)- ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଝାରସୁଗୁଡ଼ା ସହରର ଝାଡେଶ୍ୱର ମଣ୍ଡଳ ପାଇଁ ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ବଡ଼ମାଳସ୍ଥିତ ଜିଲ୍ଲା ଭାଜପା କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡା ଓ ସାଧାରଣ ସମ୍ପାଦକ ପ୍ରେମସେନ ରାୟଙ୍କ ଉପସ୍ଥିତିରେ ଏହି ତାଲିକା ପ୍ରକାଶ ପାଇଥିଲା।

ଘୋଷିତ ତାଲିକା ଅନୁଯାୟୀ, ବିମଳେନ୍ଦୁ ଭୋଳଙ୍କୁ ଝାଡେଶ୍ୱର ମଣ୍ଡଳ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି। ଉପସଭାପତି ଭାବେ ଦେବବ୍ରତ ପାଣ୍ଡେ, ରାଜେନ୍ଦ୍ର ସା, ବାସୁଦେବ ସେଠୀ, ମୁନକୁ ପାଣ୍ଡେ ଓ ଯୋଶୀଲା ମାଝୀଙ୍କୁ ନିଯୁକ୍ତ କରାଯାଇଛି। ସେହିପରି କ୍ଷେତ୍ରମଣି ସାହୁ ଓ ରବି ନାରାୟଣ ହୋତାଙ୍କୁ ସାଧାରଣ ସମ୍ପାଦକ, ଚିରାଗ ପୋଦ୍ଦାରଙ୍କୁ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି। ସମ୍ପାଦକ ଭାବେ ମମତା ପଟେଲ, ଆଦିତ୍ୟ ସାହୁ, ରାହୁଲ ମୁଣ୍ଡା, ଶୁଭମ ତିବ୍ରେୱାଲ ଓ ପିଙ୍କି ଦୀପଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସଂଯୋଜକ ଭାବେ ଆନନ୍ଦ ଶର୍ମା, କରଣ ମିଶ୍ର ଓ ତରଙ୍ଗ ଗିଦୱାନୀଙ୍କୁ ଦାୟିତ୍ୱ ଦିଆଯାଇଛି।

ଏହା ସହିତ ମହିଳା ମୋର୍ଚ୍ଚା ପାଇଁ ରୁବି ମହାନ୍ତି, ଓବିସି ମୋର୍ଚ୍ଚା ପାଇଁ ହରିଶ ପାଣ୍ଡେ, ଏସସି ମୋର୍ଚ୍ଚା ପାଇଁ ନିର୍ଜନ ରୋହିଦାସ, ଏସଟି ମୋର୍ଚ୍ଚା ପାଇଁ ହୃଷିକେଶ କିଷାନ, ସଂଖ୍ୟାଲଘୁ ମୋର୍ଚ୍ଚା ପାଇଁ ଇମତିଆଜ ଅଲ୍ଲୀ ଏବଂ କୃଷକ ମୋର୍ଚ୍ଚା ସଭାପତି ଭାବେ ନରେଶ ମକରଙ୍କୁ ମନୋନୀତ କରାଯାଇଛି।

ନୂତନ କାର୍ଯ୍ୟକାରିଣୀ ଗଠନ ପରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳରେ ଦଳୀୟ କାର୍ଯ୍ୟକ୍ରମ ଆହୁରି ସକ୍ରିୟ ଓ ଗତିଶୀଳ ହେବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande