କେନ୍ଦ୍ରାପଡାର ପ୍ରିୟଙ୍କାଙ୍କ ପ୍ରଥମା ପୁରସ୍କାର ପୁସ୍ତକ ଲୋକାର୍ପିତ
କେନ୍ଦ୍ରାପଡା, ୧୩ ଏପ୍ରିଲ୍ (ହି.ସ.)- ଓଡ଼ିଶାର ଅଗ୍ରଣୀ ପ୍ରକାଶନ ସଂସ୍ଥା ଭୁବନେଶ୍ୱରର ଟାଇମପାସ ସଂସ୍ଥା ପକ୍ଷରୁ ପ୍ରଥମା ପୁରସ୍କାରପ୍ରାପ୍ତ ଯୁବ ପ୍ରତିଭାଙ୍କ କୃତିକୁ ପ୍ରତିବର୍ଷ ''ବହିବିଷୁବ'' ଅବକାଶରେ ପ୍ରକାଶ କରାଯାଇଥାଏ । ଚଳିତ ବର୍ଷ ଏହି ଅବସରରେ ପ୍ରଥମା ପୁରସ୍କାର -୨୦୨୫ ର ଅନ୍ୟତମ ପ୍ର
କେନ୍ଦ୍ରାପଡାର ପ୍ରିୟଙ୍କାଙ୍କ ପ୍ରଥମା ପୁରସ୍କାର ପୁସ୍ତକଲୋକାର୍ପିତ ।


କେନ୍ଦ୍ରାପଡା, ୧୩ ଏପ୍ରିଲ୍ (ହି.ସ.)- ଓଡ଼ିଶାର ଅଗ୍ରଣୀ ପ୍ରକାଶନ ସଂସ୍ଥା ଭୁବନେଶ୍ୱରର ଟାଇମପାସ ସଂସ୍ଥା ପକ୍ଷରୁ ପ୍ରଥମା ପୁରସ୍କାରପ୍ରାପ୍ତ ଯୁବ ପ୍ରତିଭାଙ୍କ କୃତିକୁ ପ୍ରତିବର୍ଷ 'ବହିବିଷୁବ' ଅବକାଶରେ ପ୍ରକାଶ କରାଯାଇଥାଏ । ଚଳିତ ବର୍ଷ ଏହି ଅବସରରେ ପ୍ରଥମା ପୁରସ୍କାର -୨୦୨୫ ର ଅନ୍ୟତମ ପ୍ରାପିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁଙ୍କ ପ୍ରଥମ କବିତା ପୁସ୍ତକ ପଠାକାର୍ପିତ ହୋଇଯାଇଛି । ଗତକାଲି ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରିୟଙ୍କାଙ୍କ ଏହି ପ୍ରଥମ କବିତା ସଂକଳନ “ଜେଜେ ନ ଥିବା ଆକାଶ” ପାଠକାର୍ପିତ ହୋଇଛି । ଏଥିରେ ଓଡ଼ିଆ ସାହିତ୍ୟର ବରିଷ୍ଠ କବି ବଂଶୀଧର ଷଡ଼ଙ୍ଗୀ ଯୋଗଦେଇ ଯୁବ କବୟିତ୍ରୀ ପ୍ରିୟଙ୍କାଙ୍କ ଏହି ନୂତନ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଟାଇମପାସ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ସରୋଜ ବଳ ମଧ୍ୟ ଉପସ୍ଥିତ ରହିଥିଲେ । ପ୍ରିୟଙ୍କାଙ୍କ ଏହି ସଂକଳନରେ ୪୩ ଗୋଟି ମନୋଜ୍ଞ କବିତା ସ୍ଥାନିତ ହୋଇଛି ।

ପ୍ରକାଶ ଥାଉ କି, ପ୍ରଥମା ପୁରସ୍କାରର ଏହି ଚୂଡାନ୍ତ ତାଲିକାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସମୁଦାୟ ବାରଜଣ ଯୁବ ପ୍ରତିଭା ମନୋନୀତ ହୋଇଥିଲେ । ସଂପ୍ରତି ପ୍ରିୟଙ୍କା ଉତ୍କଳ ବିଶ୍ଵବିଦ୍ୟାଳୟରେ ସ୍ନାତକତ୍ତୋର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଶେଷ ବର୍ଷର ଛାତ୍ରୀ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande