ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନର ନିଷ୍ପତ୍ତି; ଏବେ ପ୍ରତି ସୋମବାର ସକାଳ ୭ଟାରୁ ହେବ ଜନ ଶୁଣାଣି କାର୍ଯ୍ୟକ୍ରମ
ଝାରସୁଗୁଡା, ୧୩ ଏପ୍ରିଲ୍ (ହି.ସ.)- ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ସାଧାରଣ ଜନତାଙ୍କ ସୁବିଧା ପାଇଁ ଜନ ଅଭିଯୋଗ ଶୁଣାଣି ସମୟରେ ପ୍ରଶାସନ ପକ୍ଷରୁ ପରିବର୍ତ୍ତନ କରାଯାଇଛି। ବଢୁଥିବା ଖରା ଓ ଗୁଳୁଗୁଳିରୁ ଲୋକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏଣିକି ସକାଳୁଆ ଶୁଣାଣି କରିବାକୁ ନିଷ୍
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନର ନିଷ୍ପତ୍ତି; ଏବେ ପ୍ରତି ସୋମବାର ସକାଳ ୭ଟାରୁ ହେବ ଜନ ଶୁଣାଣି କାର୍ଯ୍ୟକ୍ରମ


ଝାରସୁଗୁଡା, ୧୩ ଏପ୍ରିଲ୍ (ହି.ସ.)- ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ସାଧାରଣ ଜନତାଙ୍କ ସୁବିଧା ପାଇଁ ଜନ ଅଭିଯୋଗ ଶୁଣାଣି ସମୟରେ ପ୍ରଶାସନ ପକ୍ଷରୁ ପରିବର୍ତ୍ତନ କରାଯାଇଛି। ବଢୁଥିବା ଖରା ଓ ଗୁଳୁଗୁଳିରୁ ଲୋକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏଣିକି ସକାଳୁଆ ଶୁଣାଣି କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଏହା ସକାଳ ୭ଟାରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପତ୍ର ସଂଖ୍ୟା ୧୧୦୪୩/ଜି ଏ ପି ଜି ଅନୁଯାୟୀ, ୧୦.୦୪.୨୦୨୬ ଠାରୁ ଏହି ନୂତନ ନିୟମ କାର୍ଯ୍ୟକାରୀ ହୋଇଛି।

ଏହି ନିର୍ଦ୍ଦେଶନାମା ଅନୁସାରେ, ପ୍ରତି ସୋମବାର ଦିନ ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସକାଳ ୭ଟା ରୁ ଆରମ୍ଭ ହୋଇ ୧୦ଟା ମଧ୍ୟରେ ଶେଷ ହେବ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ସକାଳୁଆ ସମୟସୂଚୀ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂର୍ଯ୍ୟଙ୍କ ପ୍ରଖର କିରଣରୁ ଜନସାଧାରଣଙ୍କୁ ରକ୍ଷା କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ସକାଳ ୧୦ଟା ପରେ ତାପମାତ୍ରା ଅଧିକ ରହୁଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଏହି ନୂତନ ସମୟ ଅନୁଯାୟୀ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande