ଗଡପଦର ଜଙ୍ଗଲରେ ଅବକାରି ଚଢଉ
ଜୟପୁର, ୧୩ ଏପ୍ରିଲ୍ (ହି.ସ.)-ଜୟପୁର ସଦର ଥାନା ଅନ୍ତର୍ଗତ ଗଡପଦର ଜଙ୍ଗଲରେ ଆଜି ଅବକାରି ଚଢଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରି ଥାନା ଚଢଉ କରିଛି । ଚଢଉ ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିବା ସହ
ଗଡପଦର ଜଙ୍ଗଲରେ  ଅବକାରି ଚଢାଉ


ଜୟପୁର, ୧୩ ଏପ୍ରିଲ୍ (ହି.ସ.)-ଜୟପୁର ସଦର ଥାନା ଅନ୍ତର୍ଗତ ଗଡପଦର ଜଙ୍ଗଲରେ ଆଜି ଅବକାରି ଚଢଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରି ଥାନା ଚଢଉ କରିଛି । ଚଢଉ ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିବା ସହ ୧୬ ଶହ ଲିଟର ପୋଚ ଓ ୧୩୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ମଦ ରନ୍ଧା ସରଞ୍ଜାମ ଡ୍ରମ ଆଦିକୁ ଜବତ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande