ଲଖନପୁରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ; ଓଡ଼ିଆ ପାରମ୍ପରିକ ଖାଦ୍ୟର ପ୍ରଦର୍ଶନୀକୁ ପ୍ରଶଂସା କଲେ ଜିଲ୍ଲାପାଳ
ଝାରସୁଗୁଡା, ୧୩ ଏପ୍ରିଲ୍ (ହି.ସ.)- ଓଡ଼ିଆ ପକ୍ଷ-୨୦୨୬ ଅବସରରେ ଆଜି ଲଖନପୁର ବ୍ଲକ ପରିସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କାର?୍ୟ୍ୟକ୍ରମରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ପାରମ୍ପରିକ ଖାଦ୍ୟର ସମୃଦ
ଲଖନପୁରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ; ଓଡ଼ିଆ ପାରମ୍ପରିକ ଖାଦ୍ୟର ପ୍ରଦର୍ଶନୀକୁ ପ୍ରଶଂସା କଲେ ଜିଲ୍ଲାପାଳ


ଝାରସୁଗୁଡା, ୧୩ ଏପ୍ରିଲ୍ (ହି.ସ.)- ଓଡ଼ିଆ ପକ୍ଷ-୨୦୨୬ ଅବସରରେ ଆଜି ଲଖନପୁର ବ୍ଲକ ପରିସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କାର?୍ୟ୍ୟକ୍ରମରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ପାରମ୍ପରିକ ଖାଦ୍ୟର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସ୍ୱତନ୍ତ୍ର ପ୍ରଦର୍ଶନୀରେ ଲଖନପୁର, ସରଣ୍ଡାମାଲ, ରାମପେଲା ଏବଂ କନକତୋରା ମିଶନ ଶକ୍ତି କାଫେର ମହିଳାମାନେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଓଡ଼ିଆ ଖାଦ୍ୟ ବିଶେଷ କରି ପଖାଳ ସହ ବିଭିନ୍ନ ସ୍ୱଦେଶୀ ବ୍ୟଞ୍ଜନ ଯଥା - ଟଙ୍କ ତୋରାଣି, ବେଲ ପଣା, ମାଣ୍ଡିଆ ପଣା ଆଦିର ଷ୍ଟଲ୍ ଗୁଡ଼ିକ ଅତିଥି ଓ ଜନସାଧାରଣଙ୍କ ମନ ମୋହିଥିଲା। ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ଏହି ସ୍ୱାଦିଷ୍ଟ ଖାଦ୍ୟର ସ୍ୱାଦ ଚାଖିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଜିଲ୍ଲାପାଳଙ୍କ ଦ୍ୱାରା ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଗୋଷ୍ଠୀକୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଜିଲ୍ଲାପାଳ କହିଥିଲେ, ଓଡ଼ିଆ ପକ୍ଷ ପାଳନ–୨୦୨୬ ଅବସରରେ 'ଆମ ରୁଚି, ଆମ ଖାଦ୍ୟ' କାର୍ଯ୍ୟକ୍ରମ ଆମ ସାଂସ୍କୃତିକ ଐତିହ୍ୟକୁ ପ୍ରଚାର କରିବା ପାଇଁ ଏକ ଅନନ୍ୟ ପ୍ରୟାସ। ପାରମ୍ପରିକ ଖାଦ୍ୟର ସ୍ୱାଦ ଓ ଏହାର ପୁଷ୍ଟିକର ଗୁଣାବଳୀକୁ ଲୋକଲୋଚନକୁ ଆଣିବା ସହ ଆମ ପାରମ୍ପରିକତାକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ପାଇଁ ଏହା ଏକ ସାର୍ଥକ ପଦକ୍ଷେପ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଓଡ଼ିଆ ଖାଦ୍ୟ ପ୍ରତି ନିଜର ଆଗ୍ରହ ପ୍ରକାଶ କରିଥିଲେ। ଏହା ଓଡ଼ିଆ ସଂସ୍କୃତି ଓ ସ୍ୱଦେଶୀ ଖାଦ୍ୟ ପ୍ରତି ସଚେତନତା ସୃଷ୍ଟି କରିବାରେ ବେଶ୍ ସହାୟକ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande