ଋଷିପୀଠ ଯୋଗୀମଠ ମହୋତ୍ସବ ଅବସରରେ ବୌଦ୍ଧିକ ଆଲୋଚନାଚକ୍ର
ନୂଆପଡ଼ା,୧୩ ଏପ୍ରିଲ (ହି.ସ.)- ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ସ୍ଥିତ କ୍ଷମା ମେହେର ଡିଗ୍ରୀ କଲେଜ୍ ପରିସରରେ ଋଷିପୀଠ ଯୋଗୀମଠ ମହୋତ୍ସବ ପାଳନ ଅବସରରେ ଏକ ବୌଦ୍ଧିକ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି। ବିଭୂତି ଭୂଷଣ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଗବେଷକ ଡଃ. ବାସୁଦେବ ସୁନା
Baudhik alochona chakra


ନୂଆପଡ଼ା,୧୩ ଏପ୍ରିଲ (ହି.ସ.)- ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ସ୍ଥିତ କ୍ଷମା ମେହେର ଡିଗ୍ରୀ କଲେଜ୍ ପରିସରରେ ଋଷିପୀଠ ଯୋଗୀମଠ ମହୋତ୍ସବ ପାଳନ ଅବସରରେ ଏକ ବୌଦ୍ଧିକ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି। ବିଭୂତି ଭୂଷଣ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଗବେଷକ ଡଃ. ବାସୁଦେବ ସୁନାନୀ, ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ, ବିଶିଷ୍ଟ ସାମ୍ବାଦିକ ବିଜୟ ସହିସ, ସମାଜସେବୀ ସୋମନାଥ ଖମାରୀ, ମହୋତ୍ସବ ପାଳନ କମିଟି ସଭାପତି ରାଜ କୁମାର ଖେମକା, ଅଧ୍ୟାପକ ଦୁଧେଶ୍ୱର୍ ସାହୁ, ଅଧ୍ୟାପକ ଉମାକାନ୍ତ ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହି ଐତିହାସିକ ପାହାଡ ରିସିପିଟି ଓ ଯୋଗୀ ମଠର ଐତିହାସିକ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଦୁଇ ପାହାଡ ସହ ଏ ଅଞ୍ଚଳର ପୁରାତନ ସଭ୍ୟତା ଉପରେ ଅଧିକ ଗବେଷଣା କରିବାକୁ ସେମାନେ ଆହ୍ବାନ ଦେଇଥିଲେ। ସରକାର ପ୍ରତ୍ନତାତ୍ତ୍ୱିକ ବିଭାଗ ସହାୟତାରେ ଏ ଦୁଇ ପାହାଡର ବିକାଶ କରିବା ସଙ୍ଗେ ସଙ୍ଗେ ବିଶ୍ଵ ବ୍ୟାପୀ ପ୍ରଚାର ପ୍ରସାର କରିବାକୁ ଦାବି ହୋଇଥିଲା। କୁନାଲ ଚରଣ ବେହେରା ସ୍ୱାଗତ ସମ୍ଭାଷଣ ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।

ମହୋତ୍ସବ ପାଳନ କମିଟି ସମ୍ପାଦକ ମାଲ୍ୟବନ୍ତ ସୁନା, ଉପ ସଭାପତି ବୁଦାଙ୍ଗ ଜାନି, ସହ ସମ୍ପାଦକ ବେଦବର ମେହେର, ଉପଦେଷ୍ଟା ଖିରଧର ସୋନିଙ୍କ ସମେତ କରୁଣା ମାଝୀ, ଉଗ୍ର ମାଧବ ମାଝୀ, ରମେଶ ଦାଶ, ସଞ୍ଜୀବ ଦାଶ, ଟଙ୍କଧର ପଟେଲ, ଗଙ୍ଗା ମହାଉତୀ ଓ କଲେଜ୍ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande