ଶିଳାନ୍ୟାସ ପରେ ବିବାଦ, କଣ୍ଡିଆ ନଦୀ ପୋଲ କ୍ୟାମ୍ପ ଭଙ୍ଗାରୁଜା, ଥାନାରେ ଅଭିଯୋଗ
ଭଦ୍ରକ, ୧୩ ଅପ୍ରେଲ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଭଟସାହି ପଂଚାୟତରେ ଫଳପୁର ପୃଷ୍ଟିସାହୀ ଠାରେ ପୋଲ କାର୍ଯ୍ୟ ଆରମ୍ଭ ବେଳେ ଅସାମାଜିକ ଲୋକ ଙ୍କ ବାଧା ସୃଷ୍ଟି। ସୁଚନା ଥାଉକି କଣ୍ଡିଆ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡି) ପକ୍ଷରୁ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ପୋଲ କାର୍ଯ୍ୟ ଆର
KANDIA NADI POLA CAMP BHANGARUJA


ଭଦ୍ରକ, ୧୩ ଅପ୍ରେଲ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଭଟସାହି ପଂଚାୟତରେ ଫଳପୁର ପୃଷ୍ଟିସାହୀ ଠାରେ ପୋଲ କାର୍ଯ୍ୟ ଆରମ୍ଭ ବେଳେ ଅସାମାଜିକ ଲୋକ ଙ୍କ ବାଧା ସୃଷ୍ଟି। ସୁଚନା ଥାଉକି କଣ୍ଡିଆ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡି) ପକ୍ଷରୁ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ପୋଲ କାର୍ଯ୍ୟ ଆରମ୍ଭ ବେଳେ ହିଁ ଅସାମାଜିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହୋଇଛି। ପୃଷ୍ଟି ସାହୀ ନିକଟରେ କଣ୍ଡିଆ ନଦୀ ଉପରେ ଏହି ପୋଲ ନିର୍ମାଣ ପାଇଁ ମାତ୍ର ନିକଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶିଳାନ୍ୟାସ କରିଥିଲେ। ତେବେ ଏହି ପୋଲର ସ୍ଥାନ ନିରୂପଣକୁ ନେଇ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ବିବାଦ ରହିଥିଲା, ଯାହାକୁ ନେଇ ପୂର୍ବରୁ ମଧ୍ୟ ଉତେଜନା ପ୍ରକାଶ ପାଇଥିଲା। ରବିବାର ଦିନ ପୋଲ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରଙ୍କ ପକ୍ଷରୁ କାର୍ଯ୍ୟସ୍ଥଳରେ କ୍ୟାମ୍ପ ନିର୍ମାଣ କରାଯାଉଥିଲା। ଏହି ସମୟରେ କିଛି ଅସାମାଜିକ ବ୍ୟକ୍ତି ସେଠାରେ ପହଂଚି କ୍ୟାମ୍ପକୁ ଭାଙ୍ଗିରୁଜି ଦେବା ସହ କାର୍ଯ୍ୟରେ ନିୟୋଜିତ ସୁପରଭାଇଜରଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ସ୍ଥାନ ନିରୂପଣ ବିବାଦକୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟାଯାଇଥିବା ସନ୍ଦେହ କରାଯାଉଛି।ଏହି ଘଟଣାକୁ ନେଇ ଆଜି ସଂପୃକ୍ତ ବିଭାଗ ଓ ଠିକାଦାରଙ୍କ ପକ୍ଷରୁ ଧୁଷୁରୀ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଭିତି କରି ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଦନ୍ତ ଆରମ୍ଭ କରିଛି। ମନ୍ତ୍ରୀଙ୍କ ଶିଳାନ୍ୟାସ ପରେ ଏଭଳି ବିଶୃଙ୍ଖଳା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ସୂଚନା ଥାଉକି ରାଜନୈତିକ ଛକା ଛକି ରେ ସେଠାରେ କିଛି ଦିନ ହେବ ଅଶାନ୍ତି ର ବାତାବରଣ ସୃଷ୍ଟି ହୋଇ ଥିଲା ଯାହାକୁ ନେଇ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।ତେବେ ତେବେ ପୋଲ କାମରେ କୌଣସି ଅସୁବିଧା ହେବନି ଯେଉଁମାନେ ପୋଲ ନିର୍ମାଣ କାମରେ ବାଧା ସୃଷ୍ଟି କରିବେ ସେମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଥାନା ଅଧିକାରୀ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande