ନାରୀ ଶକ୍ତି ବନ୍ଦନ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା, ୧୩ ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡ଼ା ଜିଲାରେ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଅବସରରେ ଏକ ବିରାଟ ଶୋଭାଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଗରାପୁର ସ୍ବୟଂସିଦ୍ଧା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ନାରୀ ନେତ୍ରୀ ତଥା କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ‘ନାରୀ ଶକ୍ତି
-------ନାରୀ ଶକ୍ତି ବନ୍ଦନ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡା, ୧୩ ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡ଼ା ଜିଲାରେ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଅବସରରେ ଏକ ବିରାଟ ଶୋଭାଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଗରାପୁର ସ୍ବୟଂସିଦ୍ଧା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ନାରୀ ନେତ୍ରୀ ତଥା କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ‘ନାରୀ ଶକ୍ତି ବନ୍ଦନ’ କାର୍ଯ୍ୟକ୍ରମର ସଂଯୋଜିକା ଡ. ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ବିଜେପିର ମହିଳା ମୋର୍ଚ୍ଚାର ଶତାଧିକ କାର୍ଯ୍ୟକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ନାରୀମାନଙ୍କ ଉଦ୍ଦେଶ୍ୟରେ ‘ନାରୀ ଶକ୍ତି ବନ୍ଦନ’ କାର୍ୟ୍ୟକ୍ରମକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମକୁ ମହିଳାମାନେ ଆଭାସୀ ମାଧ୍ୟମରେ ୨ ଘଣ୍ଟା ଧରି ଶୁଣିଥିଲେ। ଏହାସହ ନାରୀ ଶକ୍ତି ବନ୍ଦନ ଦସ୍ତଖତ ଅଭିଯାନରେ ସାମିଲ ହୋଇ ମହିଳାମାନେ ନିଜସ୍ବ ଦସ୍ତଖତ କରିଥିଲେ। ଏହି ଦସ୍ତଖତ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବ। ଆସନ୍ତା ୧୬ ତାରିଖରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ଜନତାଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଇବା ପାଇଁ ହଜାର ହଜାର ମହିଳା ଶୋଭାଯାତ୍ରାରେ ସାମିଲ ହେବେ ବୋଲି ଜିଲା ସଂଯୋଜିକା ଡ. ଜେନା ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande