ଆବଶ୍ୟକ ନଥିବା ସ୍ଥାନରେ ରାସ୍ତା ନିର୍ମାଣ ଅଭିଯୋଗ
ମୁଖୀଗୁଡା,୧୩ ଏପ୍ରିଲ (ହି ସ ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ଯେଉଁଠି ରାସ୍ତାନିର୍ମାଣ ଆବଶ୍ୟକ ରହିଛି ସେହି ସ୍ଥାନରେ ରାସ୍ତା କରାନଯାଇ ଯେଉଁଠାରେ ଆବଶ୍ୟକ ନାହିଁ ସେହିଠାରେ ନିର୍ମାଣ କରାଯାଉଥିବାରୁ ସାଧାରଣରେ ନିର୍ମାଣ କାର୍ଯ୍ୟକୁ ନେଇ ତୀବ୍ର ସମାଲୋଚନା କରାଯାଉଛି ।ବ୍ଲକର ଉଛୁ
Roads


Road


ମୁଖୀଗୁଡା,୧୩ ଏପ୍ରିଲ (ହି ସ ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ଯେଉଁଠି ରାସ୍ତାନିର୍ମାଣ ଆବଶ୍ୟକ ରହିଛି ସେହି ସ୍ଥାନରେ ରାସ୍ତା କରାନଯାଇ ଯେଉଁଠାରେ ଆବଶ୍ୟକ ନାହିଁ ସେହିଠାରେ ନିର୍ମାଣ କରାଯାଉଥିବାରୁ ସାଧାରଣରେ ନିର୍ମାଣ କାର୍ଯ୍ୟକୁ ନେଇ ତୀବ୍ର ସମାଲୋଚନା କରାଯାଉଛି ।ବ୍ଲକର ଉଛୁଲା ପଂଚାୟତ ନୂଆଗୁଡା ଗ୍ରାମରେ ରାସ୍ତା କଂକ୍ରିଟ ପାଇଁ ଗତ ୬ମାସ ତଳେ ସୂଚନା ଫଳକ ଲାଗିଲା ,ଆବଶ୍ୟକ ସାମଗ୍ରୀ ରାସ୍ତା କଡରେ ପଡିଲା ହେଲେ ଆଜି ପର୍ଯ୍ୟନ୍ତ ରାସ୍ତା କାମ ହେଉ ନାହିଁ ।ଏହି କାମ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତା କଂକ୍ରିଟ କାମ ହେବା କଥା । କୁହାଯାଉଛି ଏହି କାମ କୁଆଡେ ବ୍ଲକ ଅଧ୍ୟକ୍ଷଙ୍କ ଲୋକ କରିବା କଥା କିନ୍ତୁ ଏହି କାମ ବ୍ଲକ ଉପାଧ୍ୟକ୍ଷଙ୍କ ଲୋକ ନିର୍ମାଣ ସାମଗ୍ରୀ ପକାଇବା ପରେ ତାଙ୍କୁ ବିରୋଧ କରାଯାଇ କାମ କରେଇ ଦିଆ ଯାଉନଥିବା କୁହାଯାଉଛି ।ଏହି କାମ ୧ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଶୁଣାଯାଉଛି ।ଏହି ରାସ୍ତା କଡରେ ଦୀର୍ଘ ଦିନହେଲା ବାଲି, ଚିପ୍ସ ପଡିଥିବାରୁ ଯାତାୟାତ ରେ ଲୋକଙ୍କୁ ଅସୁବିଧାର ସମ୍ଭୁଖିନ ହେବାକୁ ପଡୁଛି । ସେହିପରି ଭଇଁରିପାଳି ପଞ୍ଚାୟତରେ ଆବଶ୍ୟକ ନଥିବା ଜାଗାରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଥିବା ଅଭିଯୋଗ ହେଉଛି । ଏହି ପଞ୍ଚାୟତର ସରଧାପୁର କେନାଲ ଛକ ରୁ ଗାଇଧାର ନଦୀଖଣ୍ଡକୁ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି ଯାହା ଜନ ସାଧାରଣଙ୍କ କୌଣସି କାମରେ ଆସୁନାହିଁ ।ସେହି ପରି ଜୟପାଟଣା ସର୍ବ ସାଧାରଣ ସ୍ମଶାନକୁ ଯିବା ପାଇଁ ବଡ଼ବନ୍ଧ ହୁଡାରେ ରାସ୍ତା କଂକ୍ରିଟ କାମ ଜରୁରୀ ଥିବାବେଳେ ସେଠାରେ କରାନଯାଇ ଜୟପାଟଣା କିଶୋରପଡା ବିରଞ୍ଚି ପଣ୍ଡା ଘରଠାରୁ ବୁଲୁଦାସ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ଉପରେ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିବା ବେଳେ ଉକ୍ତ ରାସ୍ତା ସନ୍ନିକଟ ଥିବା ଖାଜନ୍ତି ପୋଖରୀକୁ ପ୍ରତିଦିନ ସହସହ ପଡ଼ାବାସୀ ଓ ଚାଷୀ ଯାତାୟାତ କରୁଥିବା ବେଳେ ରାସ୍ତାର ଅବସ୍ତl ଶୋଚନିୟ ରହିଛି ତାହାର ଉନ୍ନତିକରଣ କରାନଯାଇ ଆଲୋକ ପଣ୍ଡା ଘରଠାରୁ ଭାରତ ଅଗସ୍ତି ଘର ଯାଏଁ ଆବଶ୍ୟକ ନଥିବା ରାସ୍ତା ଅଧାପନ୍ତରିଆ କଂକ୍ରିଟ ରାସ୍ତା କରାଯାଇଛି ।ଜୟପାଟଣା ପିଡ଼ବ୍ଲୁଡି ରାସ୍ତା ଠାରୁ ଶିବ ମନ୍ଦିର ପର୍ଯ୍ୟନ୍ତ ଏସଏଫସି ୨୦୨୫-୨୬ଯୋଜନାରେ ୧.୫ଲକ୍ଷ ବ୍ୟୟ ଅଟକଳ ରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା ଗତ କିଛିଦିନ ତଳେ ପୁଣି ସେହି କଂକ୍ରିଟ ରାସ୍ତାଉପରେ ବିନା ସୂଚନା ଫଳକରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି । ମଙ୍ଗଳପୁର ପଞ୍ଚାୟତ ରାଣୀ ବାହାଲ (ଗୋଜିଆପଡା)ରେ କଂକ୍ରିଟ ରାସ୍ତା ନିର୍ମାଣର ଆବଶ୍ୟକ ରହିଥିଲେ ହେଁ ରାସ୍ତା ନିର୍ମାଣ କରାଯାଉ ନାହିଁ ।ଏବେ ଆଗକୁ ବର୍ଷା ଦିନେ ପୁଣି ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସାମନା କରିବେ । ଜୟପାଟଣା- ଚଞ୍ଚରାପଡା ରାସ୍ତା ଗୁପ୍ତେ ପଣ୍ଡାଙ୍କ ଜମି ନିକଟରୁ ପ୍ରାୟ ୧୮୦ ମିଟର କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି କିନ୍ତୁ କାର୍ଯ୍ୟ ସ୍ଥଳରେ କୌଣସି ସୂଚନା ଫଳକ ନାହିଁ ।ସେହିପରି ମଙ୍ଗଳପୁର ପଞ୍ଚାୟତ ରାଣୀବାହାଲ ଗ୍ରାମରେ ,କୁହୁରୀଗୁମା ଗ୍ରାମରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି ହେଲେ ସୂଚନା ଫଳକ ନଥିବାରୁ ସୂଚନା ସମ୍ପର୍କରେ ଜନ ସାଧାରଣ କୋୖଣସି ତଥ୍ୟ ପାଉ ନାହାଁନ୍ତି ।ଜନ ସଧାରଣଙ୍କ ଆବଶ୍ୟକତା କୁ ଗୁରୁତ୍ୱ ପ୍ରଦାନକରି ରାସ୍ତା ନିର୍ମାଣ ପାଇଁ ଦାବି ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande