ଆଶା ଭୋଁସଲେ ଓ ଡାକ୍ତର ଶଶାଙ୍କ ଶେଖର ବେହେରାଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି
ଖୋର୍ଦ୍ଧା, ୧୩ ଏପ୍ରିଲ୍ (ହି.ସ.) - ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦ (ମଂଟୁ),ସତ୍ୟ ନାରାୟଣ ପାଲା କମିଟିର ସଂପାଦକ ପ୍ରମୋଦ କୁମାର ପ୍ରଧାନଙ୍କ ସହିତ ବିଶ୍ୱଜିତ୍ ଦାସଙ୍କ ନେତୃତ୍ୱରେ ଆଶା ଭୋସଲେ ଓ ଡାକ୍ତର ଶଶାଙ୍କ ଶେଖର ବେହେରାଙ୍କ ବିୟୋଗରେ ସତ୍ୟ ନାରାୟଣ ପୀଠ କପିଳପ୍ରସାଦ ନିକଟରେ ଶୋକ ସ
Sradhanjli


ଖୋର୍ଦ୍ଧା, ୧୩ ଏପ୍ରିଲ୍ (ହି.ସ.) - ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦ (ମଂଟୁ),ସତ୍ୟ ନାରାୟଣ ପାଲା କମିଟିର ସଂପାଦକ ପ୍ରମୋଦ କୁମାର ପ୍ରଧାନଙ୍କ ସହିତ ବିଶ୍ୱଜିତ୍ ଦାସଙ୍କ ନେତୃତ୍ୱରେ ଆଶା ଭୋସଲେ ଓ ଡାକ୍ତର ଶଶାଙ୍କ ଶେଖର ବେହେରାଙ୍କ ବିୟୋଗରେ ସତ୍ୟ ନାରାୟଣ ପୀଠ କପିଳପ୍ରସାଦ ନିକଟରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଅଛି। କିମ୍ବଦନ୍ତୀ ଗାୟିକା ଆଶା ଭୋଁସଲେ ୯ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରି ୫୦ବର୍ଷ ଧରି ବଲିଉଡରେ ସଙ୍ଗୀତ କ୍ଷେତ୍ରରେ ରାଜ୍ କରିଥିଲେ। ଡାକ୍ତର ବେହେରା ସୁନ୍ଦରପଦା ଗ୍ରାମରେ ଇନ୍ଦିରା ମେମୋରିଆଲ ହସ୍ପିଟାଲରେ ଖୋଲିବା ସମୟରେ ସରକାରୀ ଚାକିରୀ ଛାଡ଼ି ୨୦୦ଟଙ୍କା ବେତନରେ ସୁନ୍ଦରପଦା କପିଳପ୍ରସାଦ ଅଂଚଳର ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଶେଷ ପର୍ଯ୍ୟନ୍ତ ଯୋଗାଇଥିଲେ। ୭୪ ବର୍ଷ ବୟସରେ ପରଲୋକ ଗମନ। ତାଙ୍କ ବିୟୋଗ ଖବର ଅଂଚଳବାସୀ ଶୁଣି ସ୍ତବ୍ଧ ହୋଇଯାଇଥିଲେ। ଦୁଇ ଜଣଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ସତ୍ୟ ନାରାୟଣଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ଏଥିରେ ଛତିଶା କମିଟି ସଭାପତି ଗଙ୍ଗାଧର ପ୍ରଧାନ,ସଂପାଦକ ଶେଖ୍ ତାହାର,ଡାକ୍ତରଖାନା ଗଢ଼ିଥିବା ନରେନ୍ଦ୍ର ସେଠୀ, ସମାଜ ସେବକ ନୀଳମଣି ମିଶ୍ର ,ବାଉରୀ ବନ୍ଧୁ ପ୍ରଧାନ, ବିଶ୍ୱଜିତ୍ ନନ୍ଦ କୁଁ, ଅଶୋକ କୁମାର ମହାରଣା, ବିଜୟ କୁମାର ପ୍ରଧାନ,ବିଜୟ କୁମାର ସ୍ୱାଇଁ, ସୁରେନ୍ଦ୍ର ମାହାରୀ, ଛଚି ବସନ୍ତରା ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande