ଶିକ୍ଷକ ଅଭାବ ନେଇ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
ମାଲକାନଗିରି, ୧୩ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନାଲା ଗୁଣ୍ଠି ପଞ୍ଚାୟତ ଏମଭି ୭୨ ଗ୍ରାମରେ ଥିବା ବିବେକାନନ୍ଦ ବିଦ୍ୟାପିଠ ସମ୍ମୁଖରେ ଆଜି ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଦୀର୍ଘ ଦିନ ଧରି ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକ, ଶିକ୍ଷୟତ୍ରୀ ନଥିବା ନେଇ ଧାରଣା ବସିଥି
ଶିକ୍ଷକ ଅଭାବ ନେଇ ବିଦ୍ୟାଳୟ ସମ୍ମୁଖ ରେ ଛାତ୍ର ଛାତ୍ରୀ ଙ୍କ ଧାରଣା


ଶିକ୍ଷକ ଅଭାବ ନେଇ ବିଦ୍ୟାଳୟ ସମ୍ମୁଖ ରେ ଛାତ୍ର ଛାତ୍ରୀ ଙ୍କ ଧାରଣା


ମାଲକାନଗିରି, ୧୩ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନାଲା ଗୁଣ୍ଠି ପଞ୍ଚାୟତ ଏମଭି ୭୨ ଗ୍ରାମରେ ଥିବା ବିବେକାନନ୍ଦ ବିଦ୍ୟାପିଠ ସମ୍ମୁଖରେ ଆଜି ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଦୀର୍ଘ ଦିନ ଧରି ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକ, ଶିକ୍ଷୟତ୍ରୀ ନଥିବା ନେଇ ଧାରଣା ବସିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୁପ କୁମାର ଆଚାରୀ, ଗେଷ୍ଟ ଶିକ୍ଷକ ଉମେଶ ଚନ୍ଦ୍ର ଓଝା, ଶିକ୍ଷୟତ୍ରୀ ଶକୁନ୍ତଳା ଓଝା ମାତ୍ର ତିନି ଜଣ ଶିକ୍ଷକ ରହିଥିବା ବେଳେ ମାତ୍ର ଦୁଇ ସପ୍ତାହ ପରେ ଚଳିତ ମାସ ତା ୩୧/୦୪/୨୦୨୬ରିଖରେ ପ୍ରଧାନ ଶିକ୍ଷକ ଅନୁପ କୁମାର ଆଚାରୀ ଅବସର ନେବେ। ବିଦ୍ୟାଳୟରେ ବର୍ତମାନର ନାମ ଲେଖାଇ ପାଖା ପାଖି ୧୩୦ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ରହିଛନ୍ତି। ଆଗକୁ ରହିଛି ୧୦ମ ଶ୍ରେଣୀର ପରୀକ୍ଷା। ଦଶମ ଶ୍ରେଣୀରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷକ, ଶିକ୍ଷୟତ୍ରୀ ଅଭାବ ରହିଥିବାରୁ ତୁରନ୍ତ ଶିକ୍ଷକ ନିଯୁକ୍ତି ଦାବି ଜଣେଇ ବିଦ୍ୟାଳୟ ସମ୍ମୁଖ ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଧାରଣାରେ ବସିଥିଲେ। ଉକ୍ତ ସମସ୍ୟାକୁ କେନ୍ଦ୍ର କରି ମାଲକାନଗିରି ଜିଲ୍ଲା ବିଜେଡି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଆୟୋଜନ କରାଯାଇଥିଲା ।

ଉକ୍ତ ସାମ୍ବାଦିକ ସମ୍ମିଳନିରେ ବିଜେଡିର ମାଲକାନଗିରି ଜିଲ୍ଲାର ପୂର୍ବତନ ବିଧାୟକ ମାନସ ମାଡକାମୀ, କାଲିମେଳା ବ୍ଲକ ବିଜେଡି ସଭାପତି ଶଙ୍କର ହାଲଦାର, ଜିଲ୍ଲା ପରିଷଦ ମମତା ପଡିଆମୀ, ସମିତି ସଭ୍ୟ ବିଦ୍ୟା ମାଡକାମୀ, ନାଲଗୁଣ୍ଟି ଗ୍ରାମ ପଞ୍ଚାୟତ ସରପଞ୍ଚ ସୁକାନ୍ତି ମାଡକାମୀ, ନାୟକ ସରପଞ୍ଚ ଉତ୍ତମ ସରକାର, ମାନ୍ୟମକୋଣ୍ଡା ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ହରି ଗୋଲରୀ, ପୂର୍ବତନ ବିଧାୟକ ପ୍ରତିନିଧି ବିପ୍ଳବ ବିଶ୍ୱାସ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋପାଳ ବିଶ୍ୱାସ, ଏବଂ ଗ୍ରାମ ର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଧିରେନ ସରକାର, ଫୁଲ ଚାନ୍ଦ ରାୟ, ଦୀନେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଯଦି ଆଗାମୀ ଦିନରେ ବିବେକାନନ୍ଦ ବିଦ୍ୟାପିଠରେ ଆବଶ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି କରାନ ଯାଏ ତାହାଲେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande