ଲଖନପୁରରେ ”ଆମେ ଜାଣିବା ଆମ ବଜେଟ୍ “ କାର୍ଯ୍ୟକ୍ରମ
ଝାରସୁଗୁଡା, ୧୩ ଏପ୍ରିଲ୍ (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁବେଳେ କହି ଆସିଛନ୍ତି ବର୍ତ୍ତମାନର ସରକାର ଲୋକଙ୍କ ସରକାର। ତେଣୁ ଲୋକମାନେ ଯୋଜନା ଠାରୁ ଆରମ୍ଭ କରି ବଜେଟ୍ ଯାଏଁ ସମସ୍ତ କଥା ଜାଣିବା ଦରକାର। ସେହି ଅବଲୋକନରେ ଆଜି ଉପ ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ
ଲଖନପୁରରେ ”ଆମେ ଜାଣିବା ଆମ ବଜେଟ୍ “ କାର୍ଯ୍ୟକ୍ରମ


ଝାରସୁଗୁଡା, ୧୩ ଏପ୍ରିଲ୍ (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁବେଳେ କହି ଆସିଛନ୍ତି ବର୍ତ୍ତମାନର ସରକାର ଲୋକଙ୍କ ସରକାର। ତେଣୁ ଲୋକମାନେ ଯୋଜନା ଠାରୁ ଆରମ୍ଭ କରି ବଜେଟ୍ ଯାଏଁ ସମସ୍ତ କଥା ଜାଣିବା ଦରକାର। ସେହି ଅବଲୋକନରେ ଆଜି ଉପ ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ”ଆମେ ଜାଣିବା ଆମ ବଜେଟ୍ “ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବାର୍ଷିକ ବଜେଟ୍ ୨୦୨୬-୨୭ ରେ ଆର୍ଥିକ ଦୁର୍ବଳ, ଯୁବକ ଯୁବତୀ, ଅନ୍ନଦାତା ଓ ନାରୀ ଶକ୍ତିକୁ ପ୍ରାଧାନ୍ୟ ଦିଆଯାଇଛି। ଏହା ସହିତ ଏହି ବଜେଟ୍ ରେ ସମୃଦ୍ଧ ଓଡିଶା ୨୦୩୬ ଓ ବିକଶିତ ଭାରତ-୨୦୪୭ ଭିଜନ୍ ଲକ୍ଷ୍ୟ ହାସଲ ପାଇଁ ସୁପରିକଳ୍ପିତ ବ୍ୟବସ୍ଥା କରାଯାଇଛି। ଓଡିଶାର ଅର୍ଥନୀତିର ଆକାର ୯.୮୮ ଲକ୍ଷ କୋଟି ଟଙ୍କା ଏବଂ ୨୦୨୫-୨୬ରେ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ। ସରକାର ଓଡିଶାର ଅର୍ଥନୀତିକୁ ୨୦୩୬ ସୁଦ୍ଧା ୫୦୦ ବିଲିୟନ୍ ଡଲାର୍ ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ୍ ଡଲାର୍ ଅର୍ଥନୀତିରେ ପରିଣତ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।

ଓଡିଶାର ଯୋଗାଯୋଗକୁ ସୁଦୃଢ କରିବା ପାଇଁ କେନ୍ଦ୍ର ସରକାର କେନ୍ଦ୍ର ବଜେଟ୍ ୨୦୨୬-୨୭ ରେ ୧୦୯୨୮ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଷୋଡଶ ଅର୍ଥ କମିଶନ୍ ତାଙ୍କର ଆଓ୍ବାର୍ଡ ପିରିୟଡ୍ (୨୦୨୬-୨୭ରୁ ୨୦୩୦-୩୧) ମଧ୍ୟରେ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ଭାବେ ୪.୬୨ ଲକ୍ଷ କୋଟି ଟଙ୍କା ଓଡିଶା ପାଇବ ବୋଲି ଆକଳନ କରିଛନ୍ତି ଯାହାକି ପୂର୍ବ ଆଓ୍ବାର୍ଡ ପିରିୟଡ୍ ଅର୍ଥ ଠାରୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଅଧିକ ବୋଲି ସେ ସୂଚନା ଦେଇଥିଲେ । ଏହା ସହିତ କେଉଁ କ୍ଷେତ୍ରକୁ କେତେ ଅର୍ଥ ଦିଆଯାଇଛି ସେ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ।

ଏହି ଅବସରରେ କ୍ଷେତ୍ର ସ୍ତରୀୟ ଅଧିକାରୀ ମାନେ ଓ ଅନେକ ସଂଗଠନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ବର୍ଷାଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା, ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଧୁନିକ ପ୍ରଶିକ୍ଷଣ ଉପରେ ଆଲୋଚନା କରାଯାଇଥିଲା। ଏହି ସବୁ ମଧ୍ୟରୁ ଯାହା ବଜେଟରେ ସାମିଲ ହୋଇନାହିଁ ତାକୁ ସାମିଲ କରିବା ପାଇଁ ବୁଦ୍ଧିଜୀବି ମାନେ ଅନୁରୋଧ କରିଥିଲେ। ଉପ ଜିଲ୍ଲାପାଳ ଓ ବିଡିଓ ସମସ୍ତ ପ୍ରଶ୍ନର ଉତ୍ତର ରଖିଥିଲେ। ଉପ ଜିଲ୍ଲାପାଳ ବଜେଟ ସମ୍ପର୍କରେ ଜନସାଧାରଣଙ୍କୁ ବୈଠକ, ସାମାଜିକ ଗଣମାଧ୍ୟମ ଆଦି ବିଭିନ୍ନ ମାଧ୍ୟମରେ ସଚେତନ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande