ଆମ ରୁଚି ଆମ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ
ପୁରୀ, ୧୩ ଏପ୍ରିଲ୍ (ହି.ସ.)- ଓଡ଼ିଆ ପକ୍ଷ ପାଳନର ତ୍ରୟୋଦଶ ଦିବସରେ ଆଜି ଅପରାହ୍ନରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ଆମ ରୁଚି ଆମ ଖାଦ୍ୟ ସମ୍ପର୍କରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ଆନୁକୂଲ୍ୟରେ ଓ ଓରମାସ, ପୁରୀ ସହଯୋଗରେ ଏହି ଜିଲ୍ଲା ସ୍ତରୀୟ ପାରମ୍ପରିକ ଖାଦ୍ୟ ଦିବସ
ଆମ ରୁଚି ଆମ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ


ପୁରୀ, ୧୩ ଏପ୍ରିଲ୍ (ହି.ସ.)- ଓଡ଼ିଆ ପକ୍ଷ ପାଳନର ତ୍ରୟୋଦଶ ଦିବସରେ ଆଜି ଅପରାହ୍ନରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ଆମ ରୁଚି ଆମ ଖାଦ୍ୟ ସମ୍ପର୍କରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ଆନୁକୂଲ୍ୟରେ ଓ ଓରମାସ, ପୁରୀ ସହଯୋଗରେ ଏହି ଜିଲ୍ଲା ସ୍ତରୀୟ ପାରମ୍ପରିକ ଖାଦ୍ୟ ଦିବସ ରେ ଅତିରିକ୍ତ ଉନ୍ନୟନ ଅଧିକାରୀ ରାଜୀବ କୁମାର ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଯୋଗଦେଇ ଆମ ପାରମ୍ପରିକ ଖାଦ୍ୟ ମେଳା ପରିଦର୍ଶନ କରିଥିଲେ। ଏହି ଖାଦ୍ୟ ଷ୍ଟଲରେ ଓଡ଼ିଆ ଘରର ଚନ୍ଦ୍ରକାନ୍ତି ପିଠା, ମାଲପୁଆ, ଚୁଡା କଦମ୍ବା, ଡାଲମା, କାକେରା ପିଠା, ଆରିଷା ପିଠା, କ୍ଷୀର ପୋଡ ପିଠା, ସିଝା ମଣ୍ଡା ପିଠା, ଡାଲିଆ ପିଠା, ମାଣ୍ଡିଆ ସର୍ବତ, ସୁଆଁ ଖିରୀ, କଳା ଚାଉଳ ଖିରୀ, ପୋଦିନା ସର୍ବତ, ମାଣ୍ଡିଆ କାଞ୍ଜି, ଚାଉଳ ବରା, ଲାଉ ଚିତଉ ପିଠା, ଅପରାଜିତା ଫୁଲ ମଣ୍ଡା ପିଠା, ମାଣ୍ଡିଆ ଓ ଗୁଡ ପିଠା ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା। ପରେ ଖାଦ୍ୟ ପ୍ରସ୍ତୁତ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ମା ମାନଙ୍କ ମଧ୍ୟରୁ ପ୍ରଥମ ହୋଇଥିବା ମା ସନ୍ତୋଷି ସ୍ୱୟଂ ସହାୟକ ଗୋଷ୍ଠୀ, ଦ୍ୱିତୀୟ ହୋଇଥିବା ଶ୍ରୀକ୍ଷେତ୍ର ମଲ୍ଟି ଆକ୍ଟିଭିଟି ଉତ୍ପାଦକ ଗୋଷ୍ଠୀ, ସତ୍ୟବାଦୀ ଓ ଯୁଗ୍ମ ତୃତୀୟ ହୋଇଥିବା ଭୁବନେଶ୍ୱରୀ ଉତ୍ପାଦକ ଗୋଷ୍ଠୀ, ପୁରୀ ସଦର ଏବଂ କୁଞ୍ଜେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ, ପୁରୀ ସଦରଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଏପିଡି ବାଣୀ ଭୂଷଣ ଦାଶ, ତୃପ୍ତି ବଡଜେନା, ଓରମାସର ଡେପୁଟି ସିଇଓ ନିଗମ ଚରଣ ଦାଶ, ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ରମ, ଚନ୍ଦ୍ରପ୍ରଭା ଦେଇ, ବାଲ୍ୟବତୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande